ପୁରୀରେ ସହରରେ ଫୁଟିଲା ବୋମା, ଗ୍ରୋସରୀ ଦୋକାନକୁ ଟାର୍ଗେଟ - ପୁରୀରେ ଫୁଟିଲା ବୋମା
ପୁଣି ପୁରୀରେ ସହରରେ ଫୁଟିଲା ବୋମା । ଏକ ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ
![ପୁରୀରେ ସହରରେ ଫୁଟିଲା ବୋମା, ଗ୍ରୋସରୀ ଦୋକାନକୁ ଟାର୍ଗେଟ ପୁରୀରେ ସହରରେ ଫୁଟିଲା ବୋମା, ଗ୍ରୋସରୀ ଦୋକାନକୁ ଟାର୍ଗେଟ](https://etvbharatimages.akamaized.net/etvbharat/prod-images/768-512-15622971-thumbnail-3x2-swarg-dwar.jpg)
ପୁରୀରେ ସହରରେ ଫୁଟିଲା ବୋମା, ଗ୍ରୋସରୀ ଦୋକାନକୁ ଟାର୍ଗେଟ
ପୁରୀ:ପୁଣି ପୁରୀରେ ସହରରେ ଫୁଟିଲା ବୋମା । ଏକ ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ସ୍ବର୍ଗଦ୍ବାର ପାଖ ଭାରତ ସେବାଶ୍ରମ ଛକ ସକୁନ୍ତଳା ନିବାସ କୋଠାରେ ଥିବା ନାୟକ ଗ୍ରୋସରୀ ଦୋକାନ ଉପରକୁ ହୋଇଛି ବୋମାମାଡ । ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି । ଏଥିରେ କୈାଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବଳିଆପଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।