ଓଡିଶା

odisha

ETV Bharat / city

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର - puri news

ପୁରୀର ଏକ ଗେଷ୍ଟ ହାଉସରୁ କେୟାରଟେକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର
ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

By

Published : Sep 28, 2020, 4:51 PM IST

ପୁରୀ: ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସରୁ କେୟାରଟେକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର ଥାନା ଅଧିନ ମାର୍କଣ୍ଡପୁର ମଝିସାହିର ସୁଶାନ୍ତ ବାରିକ। ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି। କିନ୍ତୁ ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।

ସୁଶାନ୍ତଙ୍କ ବେକରେ ଏକ ଗାମୁଛା ବନ୍ଧାଯାଇ ରୁମ ଭିତରେ ଥିବା ପଙ୍ଖାରେ ଝୁଲୁଥିଲା। ହେଲେ ଯୁବକ ଜଣଙ୍କ ତଳେ ଛିଡା ହୋଇଛନ୍ତି । ତାଙ୍କ ବେକରେ ଗଣ୍ଠି ପଛପଟକୁ ରହିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଛି। ସୁଶାନ୍ତ ୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୧ ବର୍ଷର ଝିଅଟିଏ ଅଛି । ସେ ୮ ବର୍ଷ ତଳୁ ଏହି ଗେଷ୍ଟ ହାଉସରେ କେୟାରଟେକର ଭାବେ କାମ କରୁଥିଲେ। ଫନି ପରଠାରୁ ଏହି ଗେଷ୍ଟ ହାଉସ ଅଚଳ ହୋଇ ପଡ଼ିଥିଲା। ସେଠାରେ ସୁଶାନ୍ତ ରହୁଥିବାବେଳେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ତାହା ଏବେ ତଦନ୍ତ ପରିସରଭୁକ୍ତ ହୋଇଛି।

ତେବେ ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ଘଟଣାକୁ ନେଇ ବିଭିନ୍ନ ଦିଗରୁ ପୋଲିସ ତଦନ୍ତ ଚଳାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details