ଓଡିଶା

odisha

ETV Bharat / city

କୋରୋନା ମହାମାରୀ ସମୟରେ ରକ୍ତଦାନ - କୋରୋନାର ଦ୍ବିତୀୟ କହର

କୋରୋନା ମହାମାରୀ ସମୟରେ ରକ୍ତଦାନ ଶିବିର ଆୟୋଜିତ । ରକ୍ତର ଅଭାବକୁ ପୂରଣ କରିବାକୁ ଏହା ସହାୟକ ହେବ । ଅଧିକ ପଢନ୍ତୁ...

କୋରୋନା ମହାମାରୀ ସମୟରେ ରକ୍ତଦାନ
କୋରୋନା ମହାମାରୀ ସମୟରେ ରକ୍ତଦାନ

By

Published : May 19, 2021, 5:46 PM IST

ବ୍ରହ୍ମଗିରି: ରାଜ୍ୟରେ କୋରୋନାର ଦ୍ବିତୀୟ କହର ଜାରି ରହିଛି । ଧିରେ ଧିରେ କାୟା ବିସ୍ତାର କରିବା ସହ ତାର ପ୍ରକୋପ ବଢିବାରେ ଲାଗିଛି । ଏହି ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଆଉ ଏହି ମହାମାରୀ ସମୟରେ ରକ୍ତର ଅଭାବକୁ ପୂରଣ କରିବାକୁ ରକ୍ତ ଦାନ ଶିବିର ଆୟୋଜିତ ହୋଇଛି ।

କୋରୋନା ମହାମାରୀ ସମୟରେ ରକ୍ତଦାନ

ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମଗିରି ବିଜେବି ମହାବିଦ୍ୟାଳୟ, ଯୁବ ରେଡ଼ କ୍ରସ ଏବଂ ବ୍ରହ୍ମଗିରି ପୋଲିସର ସହଯୋଗରେ ବ୍ରହ୍ମଗିରି ଥାନା ନିକଟ ମହାବୀର ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରରେ 15 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ନେଇ ଆୟୋଜକ ରାଜେଶ ଲେଙ୍କା ସୂଚନା ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details