ବ୍ରହ୍ମଗିରି: କଳାବଜାରୀଙ୍କ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ। ଲକଡାଉନ ସମୟରେ ଫାଇଦା ଉଠାଇ ବ୍ୟାପକ କଳାବଜାରୀ କରୁଛନ୍ତି ଦୋକାନୀ ।
ପରିବା ବଜାରରେ କଳାବଜାରୀ, ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ - ବ୍ରହ୍ମଗିରି ବଜାର
ବ୍ରହ୍ମଗିରି ବଜାରର ପରିବା ଦୋକାନ ଓ ଗୋଦାମ ଗୁଡିକରେ କଳାବଜାରୀଙ୍କ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ । ଅଧିକ ପଢନ୍ତୁ...
![ପରିବା ବଜାରରେ କଳାବଜାରୀ, ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ black market in brahmagiri supply department raid](https://etvbharatimages.akamaized.net/etvbharat/prod-images/768-512-11653570-thumbnail-3x2-puri.jpg)
କଳାବଜାରୀଙ୍କ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ
କଳାବଜାରୀଙ୍କ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ
ସାରା ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଯାଇଛି। ଏହାର ସୁଯୋଗ ନେଇ ବ୍ରହ୍ମଗିରି ବଜାରରେ ବିଶେଷ କରି ପରିବା ଦୋକାନ ଓ ଗୋଦାମ ଗୁଡିକରେ କଳାବଜାରୀ ବଢ଼ିବାରେ ଲାଗିଛି। ଖବର ପାଇ ବ୍ରହ୍ମଗିରି ତହସିଲଦାର ଏବଂ ଯୋଗାଣ ବିଭାଗ ଅଧିକାରୀ ଦୋକାନ ଗୁଡିକ ଉପରେ ଚଢ଼ାଉ କରିଥିଲେ। ଅଧିକ ଦାମରେ ଆଳୁ ପିଆଜ ବିକୁଥିବା ଦୋକାନୀଙ୍କ ଠାରୁ 2000 ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିଲେ। ଦରଦାମ ବୃଦ୍ଧି ନେଇ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ