ପୁରୀ:ଦୁଷ୍କର୍ମ ପୀଡିତାକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳର ଦୁଷ୍କର୍ମ ପୀଡିତାକୁ ବିଜେପିର ମହିଳା ମୋର୍ଚ୍ଚା ଭେଟିଛି।
ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତି ପରିଡା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ପୀଡିତାର ଅବସ୍ଥା ବିଷୟରେ ବୁଝିଛନ୍ତି। ପୀଡିତାର ମାନସିକ ସ୍ଥିତି ଠିକ ନ ଥିବା ବେଳେ ସରକାର ଏ ନେଇ ପିଡିତାକୁ କାଉନସେଲିଂ କବିବା ଉଚିତ ବୋଲି ପ୍ରଭାତୀ ମତ ଦେଇଛନ୍ତି। ସେହିପରି ପୀଡିତାର ପରିବାର ଅତ୍ୟନ୍ତ ଗରିବ ହୋଇ ଥିବା ସରକାର ଚିକିତ୍ସା ସହାୟତା ସମେତ ଆର୍ଥିକ ସାହାଯ୍ୟ ସମେତ ଏକ ବାସଗୃହ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।