ପୁରୀ:ପୌର ପ୍ରଶାସନର ନୂଆ ୟୁଜର ଫି' ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟ ବିଜେପି ପ୍ରତିବାଦ କରିଛି । ଏହାକୁ ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା l ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପିର କର୍ମୀମନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରିଛନ୍ତି l
ୟୁଜର ଫି ଆଦାୟ, ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିଜେପିର ବିରୋଧ - ପୁରୀ ପୌର ପ୍ରଶାସନ
ପୌର ପ୍ରଶାସନର ନୂଆ ୟୁଜର ଫି' ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟ ବିଜେପି ପ୍ରତିବାଦ କରିଛି । ଅଧିକ ପଢ଼ନ୍ତୁ
ଟାଟା ପାୱାର ପକ୍ଷରୁ ବିଜୁଳି ବିଲ୍ ଆଦାୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜେପି । ନୂଆ ମିଟର ବସାଇ ମନଇଚ୍ଛା ବିଦ୍ୟୁତ ବିଲ୍ ଆଦାୟ କରାଯାଉଥିବା ଅଭିଯୋଗ ରହିଛି l ସେହିଭଳି ପୌର ପ୍ରଶାସନ ଯୁଜର୍ସ ଫି' ଆଦାୟ ନାମରେ ଜନସାଧାରଣଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି l ଏହି ସମସ୍ୟାର ସମାଧାନ ପାଇଁ ବିଜେପି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି l
ୟୁଜର୍ସ ଫି' ଆଦାୟ ପାଇଁ କାହାକୁ ବାଧ୍ୟ କରାଯିବନାହିଁ । ସେହିପରି ଡିସେମ୍ବର ୨ ସୁଦ୍ଧା ଟାଟା ପାୱାର କର୍ତ୍ତୃପକ୍ଷ ଓ ବୁଦ୍ଧିଜୀବୀଙ୍କୁ ନେଇ ହୋଇଥିବା କମିଟିର ରିପୋର୍ଟ ଆସିବ । ଏହାପରେ ବିଦ୍ୟୁତ ସମ୍ବନ୍ଧୀୟ ଥିବା ସମସ୍ୟା ସମାଧାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି l ଏହି ଦୁଇ ସମସ୍ୟାକୁ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ବିକ୍ଷୋଭ କରିବାକୁ ସୂଚନା ଦେଇଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ