ବ୍ରହ୍ମଗିରି: ସୋମବାର ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ଦୌଡରେ ଅଛନ୍ତି ଦ୍ରୌପଦୀ ମୁର୍ମୁ ଓ ଯଶବନ୍ତ ସିହ୍ନା । ତେବେ ସଂଖ୍ୟା ଗଣିତ ଅନୁଯାୟୀ ଦ୍ରୌପଦୀଙ୍କ ପଲ୍ଲା ଭାରୀ ରହିଛି । ତାଙ୍କର ବିଜୟ ଏକପ୍ରକାର ନିଶ୍ଚିତ । ତଥାପି NDA ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ବିଜେପିର ୨୦ଜଣ ବିଧାୟକ ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ଦୀପ ପ୍ରଜ୍ଜଳନ କରିଛନ୍ତି । ଏହାସହ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ମହାପ୍ରଭୁ ଅଲାରନାଥଙ୍କ ନିକଟରେ ସମୁହ ଦୀପ ପ୍ରଜ୍ଜଳନ କରିଛନ୍ତି ।
Presidential Election: ଦ୍ରୌପଦୀଙ୍କ ବିଜୟ ପାଇଁ ଅଲାରନାଥ ମନ୍ଦିରରେ ବିଜେପି ବିଧାୟକଙ୍କ ଦୀପଦାନ
ଆସନ୍ତାକାଲି(ସୋମବାର)ରାଷ୍ଟ୍ରପତି ନିର୍ବାଚନ । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ବିଜେପି ବିଧାୟକଙ୍କ ଦୀପ ପ୍ରଜ୍ଜଳନ କରିଛନ୍ତି । ଅଧିକ ପଢନ୍ତୁ
ରାଷ୍ଟ୍ରପତି ନିର୍ବାଚନ:ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଅଲାରନାଥ ମନ୍ଦିରରେ ଦୀପ ପ୍ରଜ୍ଜଳନ କଲେ ବିଧାୟକ
ଆସନ୍ତାକାଲି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ମତଦାନ ହେବ । 21ରେ ଗଣତି ହେବା ନେଇ ତାରିଖ ସ୍ଥିର ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଚଳିତ ମାସ 24ରେ ଶେଷ ହେଉଥିବା ବେଳେ ତା ପରଦିନ ଅର୍ଥାତ 25ରେ ଦେଶର ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ଚଳିତ ଥର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ଲଢେଇ ହେଉଛି ।
ଇଟିଭି ଭାରତ, ବ୍ରହ୍ମଗିରି
Last Updated : Jul 17, 2022, 6:59 PM IST