ପୁରୀ: ରଥଯାତ୍ରା କରିବାକୁ ଆଜି ଉପବାସ ରଖିବେ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ଥିବା ସମ୍ବିତ ପାତ୍ର । ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ପୁନର୍ବିଚାର ଶୁଣାଣି ହେବାକୁ ଥିବାବେଳେ ସମ୍ବିତ ଉପବାସ ରଖିବେ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।
ଏହାସହ ପୁରୀବାସୀଙ୍କୁ ମଧ୍ୟ ପ୍ରାର୍ଥନା ଓ ଉପବାସ ରଖିବାକୁ ନିବେଦନ କରିଛନ୍ତି ସମ୍ବିତ । ପ୍ରାର୍ଥନା ଓ ଉପବାସ ଦ୍ବାରା ହିଁ ବିଜୟ ହାସଲ କରିହେବ ବୋଲି କହିବା ସହ ପୁରୀବାସୀଙ୍କୁ ଏହା କରିବାକୁ ସେ କହିଛନ୍ତି ।