ପୁରୀ: କୋଣାର୍କ ରାମଚଣ୍ଡି ଠାରେ ବିମଷ୍ଟେକ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦଘାଟନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ପୁରୀ କୋଣାର୍କ ଅଞ୍ଚଳରେ କ୍ଷତିଗ୍ରସ୍ତ ସମ୍ଭାବନା ଥିବା ଐତିହାସିକ ସ୍ଥାନ ଗୁଡିକୁ କିପରି ସୁରକ୍ଷିତ ରଖିବା ସହିତ ଜନସାଧାରଣଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ଏନେଇ ବିମଷ୍ଟେକ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ମକଡ୍ରିଲ ମାଧ୍ୟମରେ ଅଭ୍ୟାସ କରିଛନ୍ତି ।
ସୁନାମି ଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ ଜନସାଧାରଣଙ୍କୁ କିଭଳି ଉଦ୍ଧାର କରି ହେବ ? ସେନେଇ ଅଭ୍ୟାସ ସମେତ ବନ୍ୟା, ବାତ୍ୟା ଭୂକମ୍ପରେ କିଭଳି ପୀଡିତଙ୍କୁ ଉଦ୍ଧାର କରାଯିବ ତାହା ଦେଖିବାକୁ ମିଳିଥିଲା ଏହି ମକଡ୍ରିଲରେ । ଏହି କାର୍ଯ୍ୟକ୍ରମରେ ବିମଷ୍ଟେକ ସଦସ୍ୟ ଭାରତ ସମେତ ଶ୍ରୀଲଙ୍କା, ଭୁଟାନ, ନେପାଳ, ମିଆଁମାର, ବାଙ୍ଗଲାଦେଶ ଆଦି ପ୍ରତିନିଧି ମାନେ ଭାଗନେଇଥିଲେ ।