ଓଡିଶା

odisha

ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀର ଏକ ଲଜ୍ ରୁମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଫ୍ୟାନରେ ଓଢ଼ଣୀ ଲଗାଇ ଛାତ୍ରୀଜଣଙ୍କ ଝୁଲିପଡିଛନ୍ତି । ମୃତ ଛାତ୍ରୀ ଜଣକ ଘର ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳରେ ବୋଲି ଜଣାପଡିଛି । ଅଧିକ ପଢ଼ନ୍ତୁ

By

Published : Sep 11, 2022, 7:55 PM IST

Published : Sep 11, 2022, 7:55 PM IST

ଲଜ୍ ରୁମରେ ଝୁଲିପଡ଼ିଲେ ଯୁବତୀ
ଲଜ୍ ରୁମରେ ଝୁଲିପଡ଼ିଲେ ଯୁବତୀ

ପୁରୀ:ଲଜ୍ ରୁମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ପୁରୀ ବଡ଼ଶଙ୍ଖ ସ୍ଥିତ ଏଚଆର୍ ଲଜ୍‌ରୁ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି(Bhubaneswar Girl Hangs herself In Puri Lodge ) । ଯୁବତୀ ଜଣଙ୍କ ନିଜ ହାତ କାଟି ଦେବା ସହ ବେକର ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡ଼ିଥିବା ନେଇ ସୂଚନା ମିଳିଛି । ମୃତ ଯୁବତୀ ଜଣକ ହେଲେ ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି । ଏ ସମ୍ପର୍କରେ ଲଜ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହାସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି ।

ଲଜ୍ ରୁମରେ ଝୁଲିପଡ଼ିଲେ ଯୁବତୀ

ଗତକାଲି(ଶନିବାର) ପାୟଲ ପରିବାର ଲୋକଙ୍କୁ କିଛି ନକହି ପୁରୀ ଆସିଥିଲେ । ବଡ଼ଶଙ୍ଖ ପାଖରେ ଥିବା ଏଚଆର୍ ଲଜରେ ୫୦୦ ଟଙ୍କା ଦେଇ ରୁମ୍ ନେଇଥିଲେ । ସେପଟେ ପାୟଲଙ୍କ ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିବା ପରେ ନିରାଶ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଖବରପାଇ ପରିବାର ଲୋକେ ପୁରୀ ଆସିଥିଲେ । ସେ ଆତ୍ମହତ୍ୟା କରିବା ହୋଟେଲ ରୁମ୍‌ରୁ ସ୍ଥାନୀୟ ପୋଲିସ ଏକ ସୁଇସାଇଡ ନୋଟ୍‌ ଜବତ କରିଛି, ଯାହାକି ପାୟଲ ଲେଖିଛନ୍ତି ବୋଲି କୁହାଯାଉଛି । ପୋଲିସ୍ ଜବତ କରି ତଦନ୍ତ କରୁଛି ।

ସେଥିରେ ତାଙ୍କ ପରିବାରର ବାପା, ମାଆ, ଭାଇ, ଭଉଣୀ ସମସ୍ତେ ଭଲ ଲୋକ ଲେଖିଥିବାବେଳେ, ଆତ୍ମହତ୍ୟାର କାରଣ କିନ୍ତୁ କିଛି ଲେଖିନଥିଲେ । ପାୟଲ ଗତକାଲି ଏକୁଟିଆ ଆସି କେଉଁ କାରଣ ପାଇଁ ଲଜରେ ରୁମ୍ ଭଡା ନେଇ ରହି ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପରିବାର ଲୋକେ କହିଛନ୍ତି । ସେପଟେ ପରିବାର ଲୋକେ ଝିଅର ଆତ୍ମହତ୍ୟାକୁ ନେଇ କିଛି ମୁହଁ ଖୋଲି ନାହାଁନ୍ତି ।

ତେବେ ପ୍ରତିଦିନ କଟକ ଓ ଭୁବନେଶ୍ୱରରେ ୪ରୁ ୫ଜଣ ଆତ୍ମହତ୍ୟା କରୁଛନ୍ତି । ଏହାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି, ହେଲେ ମୃତ୍ୟୁ ସଂଖ୍ୟା ଥମୁନି । ଯାହା ଏବେ ଏକ ଚିନ୍ତାଜନକ ବିଷୟ ହୋଇଛି । ସେପଟେ ଛାତ୍ରୀର ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଆତ୍ମହତ୍ୟା ମାନସିକ ଚାପ ଯୋଗୁଁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଅନ୍ୟପଟେ ଏହାଏକ ପ୍ରେମଜନିତ ଆତ୍ମହତ୍ୟା କି ତାହା ମଧ୍ୟ ସନ୍ଦେହକୁ ଆଣୁଛି । ଏନେଇ ପୋଲିସର ଛାନଭିନ ଜାରି ରଖିଥିବାବେଳେ ମୃତ ଯୁବତୀଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା କରୁଛି । ତଦନ୍ତ ପରେ ଯାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଏପଟେ ରାଜ୍ୟରେ ସନ୍ଦେହଜନକ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details