ଓଡିଶା

odisha

ETV Bharat / city

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; 4 ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ - ମାଘ ଶୁକ୍ଳ ଷଷ୍ଠୀ ତିଥି

ଆଜି ମାଘ ଶୁକ୍ଳ ଷଷ୍ଠୀ । ଏହି ଦିନରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ବନକଲାଗି ନୀତି । ଫଳରେ 4 ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ । ଅଧିକ ପଢନ୍ତୁ...

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

By

Published : Feb 17, 2021, 10:51 AM IST

ପୁରୀ: ମାଘ ଶୁକ୍ଳ ଷଷ୍ଠୀ ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ପ୍ରଭୁଙ୍କ ଏହି ନୀତି ପାଇଁ ଅପରାହ୍ନ 4ଟା ରୁ ସନ୍ଧ୍ୟା 8 ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା କରାଯାଇଥାଏ ।

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ଦ୍ବିପହର ଧୂପ ସରିବା ପରେ ମନ୍ଦିରର ସମସ୍ତ କବାଟ ବନ୍ଦ କରାଯାଇ ଏହି ନୀତି କରାଯାଏ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ବାରା ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁ ମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକ ଲାଗି କୁହାଯାଏ । ଏହି ରଙ୍ଗ ବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ରହିଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ ।

ଦତ୍ତ ମହାପାତ୍ର ରଙ୍ଗ ପ୍ରସ୍ତୁତ କରି ପରେ ବିଗ୍ରହରେ ଲଗାଇଥାନ୍ତି । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ। ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details