ଓଡିଶା

odisha

ETV Bharat / city

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, 3 ଘଣ୍ଟା ଦର୍ଶନ ବନ୍ଦ - Puri

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ଦୀର୍ଘ ତିନି ଘଣ୍ଟା ଧରି ଏହି ନୀତି ଚାଲିବ। ପ୍ରଥମେ ଅଧର ପୋଛା, ବନକଲାଗି ଏବଂ ଶେଷରେ ଶ୍ରୀମୁଖ ଶୃଙ୍ଗାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

ଫାଇଲ ଫଟୋ

By

Published : Feb 20, 2019, 10:41 AM IST

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରାଯିବ ବନକଲାଗି । ଏଥିପାଇଁ ଅପରାହ୍ନ 4 ଟା 30ରୁ ରାତି 8 ଟା30 ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଚାରି ବାଡର ଦତ୍ତ ମହାପାତ୍ର ସେବାୟତ ଦୀର୍ଘ 3 ଘଣ୍ଟା ଧରି ମହାପ୍ରଭୁଙ୍କ ନୀତିକାନ୍ତି କରିବେ। ପ୍ରଥମେ ଅଧର ପୋଛା, ବନକଲାଗି ଏବଂ ଶେଷରେ ଶ୍ରୀମୁଖ ଶୃଙ୍ଗାର କରିବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି ଭିତରେ ରହିଛି ବନକଲାଗି ଓ ଅଧରପୋଛା ନୀତି। ଶ୍ରୀଅଙ୍ଗକୁ ସୁନ୍ଦର ଏବଂ ସୁରକ୍ଷିତ ରଖିବା ପାଇଁ ହିଙ୍ଗୁଳା, ହରିତାଳ, କର୍ପୁର, କେଶର, କସ୍ତୁରୀ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ମାଧ୍ୟମରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ମନ୍ତ୍ର ମାଧ୍ୟମରେ ଶ୍ରୀଜିଉଙ୍କୁ ସ୍ନାନ କରାଯାଉଥିବା ବେଳେ ଶ୍ରୀଅଙ୍ଗକୁ ସୁନ୍ଦର, ସୁରକ୍ଷିତ ରଖିବା ପାଇଁ ପ୍ରାକୃତିକ ରଙ୍ଗ ଶୃଙ୍ଗାର କରିବାର ପରମ୍ପରା ରହିଛି।

ବୁଧବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରି ଦ୍ୱୀତିୟ ଭୋଗମଣ୍ଡପ ବଢିବା ପରେ ମହାପ୍ରଭୁଙ୍କର ବନକଲାଗି ନୀତି ଆରମ୍ଭ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details