ଓଡିଶା

odisha

ETV Bharat / city

ବଳଙ୍ଗା ଦୁଷ୍କର୍ମ ଘଟଣାର ନୂଆ ମୋଡ଼, ବୟାନ ବଦଳାଇଲେ ପୀଡିତା - ପୁରୀ ଖବର

ଦୁଷ୍କର୍ମ ଅଭିଯୋଗରେ ପୁରୀ ବଳଙ୍ଗା ଥାନା ASI ଗିରଫ। ଦୁଷ୍କର୍ମକୁ ଖଣ୍ଡନ ସହ ବ୍ଲାକମେଲ ଅଭିଯୋଗ। ସେପଟେ ଡାକ୍ତରୀ ମାଇନା ପାଇଁ ମନା କଲେ ପୀଡିତା। ଅଧିକ ଖବର ପଢନ୍ତୁ...

balanga issue followup_
ବଳଙ୍ଗା ଦୁଷ୍କର୍ମ ଘଟଣାର ନୂଆ ମୋଡ଼,ବୟାନ ବଦଳାଇଲେ ପୀଡିତା

By

Published : Jan 4, 2020, 2:26 PM IST

ପୁରୀ: ବଳଙ୍ଗା ଥାନା ଏଏସଆଇ ଚିତ୍ତ ରଞ୍ଜନ ଦାଶଙ୍କୁ ଗତକାଲି ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଅଭିଯୁକ୍ତ ଏଏସଆଇ ଚିତ୍ତ ରଞ୍ଜନ ଏନେଇ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୁଷ୍କର୍ମ ଅଭିଯୋଗ ମିଛ । ତାଙ୍କୁ ଷଡଯନ୍ତ୍ର କରି ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି।

ବଳଙ୍ଗା ଦୁଷ୍କର୍ମ ଘଟଣାର ନୂଆ ମୋଡ଼,ବୟାନ ବଦଳାଇଲେ ପୀଡିତା

ସେପଟେ ଏହି ଘଟଣାରେ ଏକ ନୂଆ ମୋଡ଼ ମଧ୍ୟ ଆସିଛି। ପୀଡିତା ମହିଳାଙ୍କୁ ଦୁଷ୍କର୍ମ ହୋଇନଥିବା ନିଜେ ପୀଡିତା ମାଜିଷ୍ଟ୍ରେଟଙ୍କ ସାମନାରେ 161 ଆଧାରରେ ବୟାନ ଦେଇଛନ୍ତି। ଏପରିକି ଗତକାଲି ମେଡ଼ିକାଲକୁ ଡାକ୍ତରୀ ମାଇନା ପାଇଁ ଆସିବା ପାଇଁ ମନା କରିଥିବା ପୁରୀ ଏସପି କହିଛନ୍ତି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସର ଅଗାମୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details