ଓଡିଶା

odisha

ETV Bharat / city

ବଳଙ୍ଗା ଥାନା ବିସ୍ଫୋରଣ ମାମଲା; ASI ତଅପୋଇ ନାୟକ ନିଲମ୍ବିତ

ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ମାମଲା । ବଳଙ୍ଗା ଥାନା ଏଏସଆଇ ତଅପୋଇ ନାୟକଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଅଧିକ ପଢନ୍ତୁ...

balanga police station blast case ASI Tapoi nayak suspended
ବଳଙ୍ଗା ଥାନା ବିସ୍ଫୋରଣ ମାମଲା

By

Published : Sep 29, 2021, 6:19 PM IST

ପୁରୀ : ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ଏସଏସଆଇ ନିଲମ୍ବିତ । ତେବେ ପ୍ରାଥମିକ ଭାବେ ବଳଙ୍ଗା ଥାନା ଏଏସଆଇ ତଅପୋଇ ନାୟକଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି। ପୁରୀ ଏସପି କେ ବିଶାଳ ସିଂ ନିଲମ୍ବିତ କରିଥିବା ସୂଚନା ଦିଆଯାଇଛି।

ବଳଙ୍ଗା ଥାନା ବିସ୍ଫୋରଣ ମାମଲା

ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଚାଲୁ ରହିଛି। ବଳଙ୍ଗା ଥାନା ମାଲଖାନା ଦାୟିତ୍ବରେ ଥିଲେ ଏଏସଆଇ ତଅପୋଇ ନାୟକ । ଗତ ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ଥାନାର ଛାତ, କାନ୍ଥ ଭୁଶୁଡି ପଡିଥିଲା । ତେବେ ମାଲଖାନାରେ କିଛି ଜବତ ହୋଇଥିବା ବାଣରେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ତେବେ ଜବତ ବାଣକୁ କେବେ ଜବତ କରାଯାଇ ଥିଲା ଓ ସେତେବେଳେ କିଏ ଥାନା ଅଧିକାରୀ ଥିଲେ ସେ ନେଇ ତଦନ୍ତ କରାଯାଉଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଆଇଜି ନରସିଂହ ଭୋଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details