ଓଡିଶା

odisha

ETV Bharat / city

ବାହୁଡ଼ାଯାତ୍ରା ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅଗଷ୍ଟରେ ଖୋଲିବ ଶ୍ରୀମନ୍ଦିର !

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅଗଷ୍ଟ ମାସରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ହେବ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

bahuda yatra review, srimandir chief administrator krishan kumar, ବାହୁଡ଼ା ଯାତ୍ରା ନେଇ ସମୀକ୍ଷା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବାହୁଡ଼ା ଯାତ୍ରା, ପୁରୀ, ଶ୍ରୀମନ୍ଦିର
ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

By

Published : Jul 19, 2021, 10:35 PM IST

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ସରିଛି । ସମସ୍ତ ସେବାୟତ ସହ ଆଲୋଚନା କରାଯାଇଛି କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ। ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ନୀତିକାନ୍ତି ରଥଯାତ୍ରା ଭଳି ଶୀଘ୍ର ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି।

ସେହିପରି ନିଳାଦ୍ରୀ ବିଜେ ପରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ କିଭଳି ଖୋଲିବ ସେ ନେଇ କୋଭିଡ ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ତେବେ ଆସନ୍ତା 30 ତାରିଖ ଯାଏଁ ଲକ ଡାଉନ ନିୟମ ଦୃଷ୍ଟିରୁ ସବୁ ବନ୍ଦ ରହିଛି।

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଅଗଷ୍ଟ ମାସରେ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା କି କଟକଣା ରହିବ ସେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେପଟେ ଆସନ୍ତା ଅଗଷ୍ଟ 5 ତାରିଖ ସୁଦ୍ଧା ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ନ ଖୋଲିଲେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ଶ୍ରୀମନ୍ଦିରକୁ ଭକ୍ତ ନ ଆସିବା ଫଳରେ ସେବାୟତଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡି଼ଛି। ସରକାର ଯାହା କିଛି ଆର୍ଥିକ ସାହାଯ୍ୟ ଦେଇଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି। ଯଦି ସରକାର ଶ୍ରୀମନ୍ଦିର ଖୋଲିବା ଦାବି ନ ପୂରଣ କରନ୍ତି ସେମାନେ ଆମରଣ ଅନଶନରେ ବସିବେ ବୋଲି ଦାମୋଦର ମହାସୁଆର ସ୍ପଷ୍ଟ କରି ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details