ଓଡିଶା

odisha

ETV Bharat / city

ଆରମ୍ଭ ହେଲା ରଥଟଣା, ଶ୍ରୀମନ୍ଦିର ଅଭିମୁଖେ ତିନିରଥ - ବାହୁଡା ଯାତ୍ରା

ଆରମ୍ଭ ହେଲା ରଥଟଣା । ଶରଧାବାଲିରୁ ପ୍ରଥମେ ଗଡିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଅଧିକ ପଢନ୍ତୁ

ଆରମ୍ଭ ହେଲା ରଥଟଣା, ଶ୍ରୀମନ୍ଦିର ଅଭିମୁଖେ ତିନିରଥ
ଆରମ୍ଭ ହେଲା ରଥଟଣା, ଶ୍ରୀମନ୍ଦିର ଅଭିମୁଖେ ତିନିରଥ

By

Published : Jul 9, 2022, 2:08 PM IST

Updated : Jul 9, 2022, 2:19 PM IST

ପୁରୀ: ଛେରାପହଁରା ନୀତି ସମ୍ପର୍ଣ୍ଣ ପରେ ଆରମ୍ଭ ହେଲା ରଥଟଣା । ଶରଧାବାଲିରୁ ପ୍ରଥମେ ଗଡିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥକୁ ଟାଣି ନେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମବର୍ତ୍ତିଙ୍କ ରଥ । ୯ ଦିନର ଯାତ୍ରା ପରେ ରତ୍ନସିଂହାସନକୁ ଫେରିବେ ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ।

ଆଜି ସକାଳେ ପହଣ୍ଡି ବିଜେ ପରେ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜ ଦିବ୍ୟ ସିଂହଦେବ ପାଲିଙ୍କିରେ ଆସି ତିନି ରଥରେ ଛେରାପହଁରା ନୀତି ସମ୍ପର୍ଣ୍ଣ କରିଥିଲେ । ସୁବର୍ଣ୍ଣ ଖଡିକା ଓ ସୁବାସିତ ଜଳରେ ପ୍ରଥମେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜ । ଏହାପରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ପରେ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା ନୀତି ସମ୍ପର୍ଣ୍ଣ କରିଥିଲେ ଗଜପତି ମହାରାଜ ଦିବ୍ୟ ସିଂହଦେବ ।

Last Updated : Jul 9, 2022, 2:19 PM IST

ABOUT THE AUTHOR

...view details