ଓଡିଶା

odisha

Live Update: ଲକ୍ଷ୍ମୀ-ନାରାୟଣ ଭେଟ ସମ୍ପନ୍ନ, ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ତିନି ରଥ

By

Published : Jul 20, 2021, 6:45 AM IST

Updated : Jul 20, 2021, 7:29 PM IST

ବାହୁଡା ଯାତ୍ରା
ବାହୁଡା ଯାତ୍ରା

18:47 July 20

ବାହୁଡା ଯାତ୍ରା ସମ୍ପନ୍ନ

ବିନା ଭକ୍ତରେ ସମ୍ପନ୍ନ ହେଲା ବାହୁଡା ଯାତ୍ରା । ସିଂହଦ୍ବାର ଆଗରେ ଲାଗିଛନ୍ତି ତିନି ରଥ ।  

17:33 July 20

ଲକ୍ଷ୍ମୀ-ନାରାୟଣ ଭେଟ ସମ୍ପନ୍ନ

ନନ୍ଦିଘୋଷ ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ସମ୍ପନ୍ନ ହେଲା । ମହାପ୍ରଭୁଙ୍କ ଠାରୁ ମିଳିଲା ଅଧର ଚୁମ୍ବିତ ମାଳ । ରଥରେ ନ ନେଇ ଥିବାରୁ ଅଭିମାନ କରିଥିଲେ ଚଞ୍ଚଳା ।

16:39 July 20

ସିଂହଦ୍ବାରରେ ଲାଗିଲା ଦର୍ପଦଳନ ରଥ

ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଲା ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ।

16:33 July 20

ମାର୍କେଟ ଛକରେ ପହଞ୍ଚିଲା ନନ୍ଦିଘୋଷ

ପୁରୀ ମାର୍କେଟ ଛକରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ମରିଚକୋଟ ଛକ ପାଖରେ ପହଞ୍ଚିଛି ଦର୍ପଦଳ ରଥ । 

16:15 July 20

ସିଂହଦ୍ବାରରେ ପହଞ୍ଚିଲା ତାଳଧ୍ବଜ

ସିଂହଦ୍ବାର ନିକଟରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । 

16:09 July 20

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ପୋଡ ପିଠା ଭୋଗ

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ପୋଡ ପିଠା ଭୋଗ

ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ମାର୍ଗରେ, ମାଉସୀମା ମନ୍ଦିର ଠାରେ ରଥାରୁଢ଼ ଦିଅଁଙ୍କୁ ପୋଡ ପିଠା ଭୋଗ ଲାଗି ହୋଇଛି ।

14:57 July 20

ଆରମ୍ଭ ହେଲା ରଥଟଣା, ଶ୍ରୀମନ୍ଦିର ଅଭିମୁଖେ ମହାବାହୁ

ଅତ୍ୟନ୍ତ ଭକ୍ତିମୟ ପରିବେଶରେ ଜଗତକୁ ଆହ୍ଲାଦିତ କରି ବଡ଼ ଦାଣ୍ଡରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି । ତିନି ରଥ ଶ୍ରୀମନ୍ଦିର ଅଭିମୁଖେ ଆଗେଇ ଚାଲିଛନ୍ତି ।

14:08 July 20

ରଥଟଣା ସମୟର କିଛି ଦୃଶ୍ଯ...

ରଥଟଣା ସମୟର କିଛି ଦୃଶ୍ଯ...

ଶ୍ରୀଜିଉଙ୍କ ତିନିରଥଙ୍କୁ ଟାଣିନେଉଛନ୍ତି ସେବାୟତ  ।  ଘର ଘର ନାଦରେ କମ୍ପି ଉଠୁଛି ବଡଦାଣ୍ଡ  । 

13:45 July 20

ଗଡିଲା ତିନିରଥ

ଗଡିଲା ତିନିରଥ

ଶ୍ରୀମନ୍ଦିର ଅଭିମୁଖେ ତିନିରଥ । ସେବାୟତ ଟାଣୁଛନ୍ତି ରଥ । ଦେଖନ୍ତୁ ସେହି ସମୟର ଦୃଶ୍ୟ  । 

13:22 July 20

କାଳିଆ ଠାକୁରଙ୍କ ରଥଟଣା ଆରମ୍ଭ

ବଡଦାଣ୍ଡ ଅଭିମୁଖେ ବାହାରିଲା ତିନି ରଥ । ପ୍ରଥମେ ତାଳଧ୍ବଜ ରଥ ପରେ ଦେବଦଳନ ଆଉ ଏବେ ଟଣା ହେଲା ନନ୍ଦିଘୋଷ ରଥ  । 

12:49 July 20

ଦେବୀ ସୁଭଦ୍ରାଙ୍କ ରଥଟଣା ଆରମ୍ଭ

ବଡଭାଇ ତାଳଧ୍ବଜଙ୍କ ରଥ ପରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ । ସେବାୟତ ଟାଣୁଛନ୍ତି ରଥ  । ନୀତି ନିର୍ଘଣ୍ଟ ପୂର୍ବରୁ ଆରମ୍ଭ ହେଲା ରଥଟଣା  ।  

12:37 July 20

ସୁଭଦ୍ରାଙ୍କ ରଥରେ ଘୋଡା ଜଚା

କିଛି ସମୟରେ ଆରମ୍ଭ ହେବ ସୁଭଦ୍ରାଙ୍କ ରଥଟଣା । ଦେବଦଳନ ରଥରେ ଘୋଡା ଜଚା ଚାଲିଛି

12:26 July 20

ବାହୁଡୁଛନ୍ତି ବଡଠାକୁର

ଛେରା ପହଁରା ପରେ ଆରମ୍ଭ ହେଲା ରଥ ଟଣା । ବଡଦାଣ୍ତ ଅଭିମୁଖେ ବାହୁଡିଛନ୍ତି ବଡଠାକୁର । ପ୍ରଥମେ ତାଳଧ୍ବଜ ରଥର ଆରମ୍ଭ ହୋଇଛି ରଥଟଣା  । ରଥ ଟାଣୁଛନ୍ତି ସେବାୟତ  ।

12:22 July 20

ତିନି ରଥରେ ସରିଲା ଛେରା ପହଁରା

  ସରିଲା ଛେରା ପହଁରା   ।  ପ୍ରଥମେ ତାଳଧ୍ବଜ ରଥ ପରେ ନନ୍ଦିଘୋଷ ଓ ଶେଷରେ ଭଉଣୀ ସୁଭଦ୍ରାଙ୍କ ରଥରେ ଶେଷ ହେଲା ଗଜପତିଙ୍କ ଛେରା ପହଁରା ନୀତି  । 

12:06 July 20

ଦେବଦଳନ ରଥରେ ଗଜପତି

ଦେବଦଳନ ରଥରେ ଛେରା ପହଁରା କରୁଛନ୍ତି ଗଜପତି । ସରିଛି ବଡ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ରଥରେ ଛେରାପହଁରା  । 

11:34 July 20

ନନ୍ଦିଘୋଷ ରଥରେ ଗଜପତି

ନନ୍ଦିଘୋଷ ରଥରେ ଗଜପତି

ଛେରା ପହଁରା ପାଇଁ ନନ୍ଦିଘୋଷ ରଥରେ ପହଞ୍ଚିଲେ ଗଜପତି  । 

11:19 July 20

ଛେରା ପହଁରା ନୀତି ଆରମ୍ଭ

ଛେରା ପହଁରା ନୀତି ଆରମ୍ଭ

ଛେରା ପହଁରା ନୀତି ଆରମ୍ଭ । ତାଳଧ୍ବଜ ରଥରେ ଛେରା ପହଁରା କରୁଛନ୍ତି ଗଜପତି ଦିବ୍ୟ ସିଂହ ଦେବ  ।  

11:06 July 20

ଛେରା ପହଁରା ପାଇଁ ପହଞ୍ଚିଲେ ଗଜପତି

ଛେରାପହଁରା ପାଇଁ ପହଞ୍ଚିଲେ ଗଜପତି

ପହଣ୍ଡି ବିଜେ ନୀତି ଶେଷ ହେବା ପରେ ରଥାରୁଢ ହୋଇଛନ୍ତି ତିନିଠାକୁର । ଏହା ପରେ ଆରମ୍ଭ ହେବ ଛେରା ପହଁରା । ପହଞ୍ଚିଲେ ଗଜପତି ଦିବ୍ୟ ସିଂହ ଦେବ  । 

10:51 July 20

ରଥକୁ ବିଜେ କରୁଛନ୍ତି ରାମକୃଷ୍ଣ ଓ ମଦନ ମୋହନ

ରଥକୁ ବିଜେ କରୁଛନ୍ତି ରାମକୃଷ୍ଣ ଓ ମଦନ ମୋହନ

ରଥକୁ ବିଜେ କରୁଛନ୍ତି ରାମକୃଷ୍ଣ ଓ ମଦନ ମୋହନ । ଏହା ପୂର୍ବରୁ ରଥାରୁଢ ହୋଇଛନ୍ତି ତିନି ଠାକୁର ।

10:41 July 20

ଘଣ୍ଟ ଓ ଶଙ୍ଖ ନାଦର ତାଳେ ତାଳେ କମ୍ପି ଉଠୁଛି ନାକଚଣା ଦ୍ବାର ।

ଘଣ୍ଟ ଓ ଶଙ୍ଖ ନାଦର ତାଳେ ତାଳେ କମ୍ପି ଉଠୁଛି ନାକଚଣା ଦ୍ବାର ।

ଘଣ୍ଟ ଓ ଶଙ୍ଖ ନାଦର ତାଳେ ତାଳେ କମ୍ପି ଉଠୁଛି ନାକଚଣା ଦ୍ବାର ।  

10:28 July 20

ପହଣ୍ଡି ସମୟରେ ନଟଖଟିଆ କାଳିଆର ହୃଦୟସ୍ପର୍ଶୀ ଚିତ୍ର

ପହଣ୍ଡି ସମୟରେ ନଟଖଟିଆ କାଳିଆର ହୃଦୟସ୍ପର୍ଶୀ ଚିତ୍ର  । 

10:21 July 20

ଶେଷ ହେଲା ପହଣ୍ଡି ବିଜେ ନୀତି

ଶେଷ ହେଲା ପହଣ୍ଡି ବିଜେ ନୀତି , ରଥାରୁଢ ହେଲେ ତିନିଠାକୁର । ଚକ୍ରରାଜ ସୁଦର୍ଶନ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ପରେ ରଥାରୁଢ ହୋଇଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ  । 

08:46 July 20

ଆରମ୍ଭ ହେଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି

ଆରମ୍ଭ ହେଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି

ଚକ୍ରରାଜ ସୁଦର୍ଶନ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ପରେ ଆରମ୍ଭ ହେଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି  । 

08:29 July 20

ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି

ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି

ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି  । 

08:17 July 20

ଆରମ୍ଭ ହେଲା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି

ଆରମ୍ଭ ହେଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି । 

08:14 July 20

ରଥାରୁଢ ହେଲେ ଚକ୍ରରାଜ ସୁଦର୍ଶନ

ଧାଡି ପହଣ୍ଡିରେ ଆସି ରଥାରୁଢ ହେଲେ ପ୍ରଭୁ ଶ୍ରୀ ଚକ୍ରରାଜ ସୁଦର୍ଶନ  । 

08:01 July 20

ପ୍ରଭୁ ଶ୍ରୀ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ

ପ୍ରଭୁ ଶ୍ରୀ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ

ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ । ପ୍ରଭୁ ଶ୍ରୀ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ  । 

07:30 July 20

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ମନଲୋଭା ରଙ୍ଗୋଲି, ଏଇ ବାଟ ଦେଇ ବାହାରିବେ ଶ୍ରୀଜିଉ

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ୍ ମନଲୋଭା ରଙ୍ଗୋଲି, ଏଇ ବାଟ ଦେଇ ବାହାରିବେ ଶ୍ରୀଜିଉ

ବାହୁଡିବେ ଚତୁର୍ଦ୍ଧାମୁର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ସଜେଇ ହେବା ସହ ସନ୍ଦିର ସମ୍ମୁଖରେ ମନଲୋଭା ରଙ୍ଗୋଲି  ।  

07:05 July 20

ଶ୍ରୀଜିଉଙ୍କ ଅପେକ୍ଷାରେ ତିନିରଥ

ଶ୍ରୀଜିଉଙ୍କ ଅପେକ୍ଷାରେ ତିନିରଥ । କେତେବେଳେ ଚତୁର୍ଦ୍ଧାମୂର୍ତ୍ତି ଆସିବେ ଆଉ ରଥରେ ବିଜେ କରିବେ । ଆଗମନକୁ ଅପେକ୍ଷା କରି ସୁସଜ୍ଜିତ ତିନି ରଥ  । 

06:59 July 20

ଶ୍ରୀଜିଉଙ୍କ ପାଇଁ ପୋଡ ପିଠା ପ୍ରସ୍ତୁତ

ଶ୍ରୀଜିଉଙ୍କ ପାଇଁ ପୋଡ ପିଠା ପ୍ରସ୍ତୁତ

ବାହୁଡିବା ପୂର୍ବରୁ ଆଜି ମାଉସୀ ମା ମନ୍ଦିରରେ ପୋଡ ପିଠା ଖାଇବେ ଶ୍ରୀଜିଉ । ମଇଦା, ଦେଶୀ ଘିଅ, କିସମିସ, ଲବଙ୍ଗ ଇତ୍ୟାଦିରେ ତିଆରି ହୋଇଛି ପୋଡ ପିଠା  । 

06:54 July 20

ଶ୍ରୀଜିଉଙ୍କ ସକାଳ ନୀତିକାନ୍ତି

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ  । ଏନେଇ ଆଜି (ମଙ୍ଗଳବାର) ଭୋର ୪ଟାରେ ଶ୍ରୀ ଗୁଣ୍ଡିଚାରେ ଶେଷ ହୋଇଛି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ । ଏହାପରେ ୪.୧୫ ଘଟିକାରେ ମଇଲମ । ୪.୩୦ରେ ତଡ଼ପ ଲାଗି ଓ ରୋଷ ହୋମ, ୫ଟାରେ ଅବକାଶ ନୀତି ଶେଷ ହେଇଛି । ଏହାପରେ ୫.୧୫ରେ ସୂର୍ଯ୍ୟ ପୂଜା, ୫.୩୦ରେ ଦ୍ବାରପାଳ ସହ ବେଶ ସମ୍ପର୍ଣ୍ଣ ହୋଇଛି । ଏବେ ଚାଲିଛି ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ଲାଗି ନୀତି  । 

06:33 July 20

ଚାଲିଛି ଗୋପାଳ ବଲ୍ଲଭ ଓ ସକାଳ ନୀତି

ଗଡିବା ଅପେକ୍ଷାରେ ତିନିରଥ

ଗଡିବା ଅପେକ୍ଷାରେ ତିନିରଥ  । ରଥ, ପଥ ସହ ଦଉଡିବି ପ୍ରସ୍ତୁତ  । 

06:32 July 20

ବାହୁଡାଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର

ବାହୁଡାଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର

ପବିତ୍ର ବାହୁଡାଯାତ୍ରାରେ ଶ୍ରୀଗୁଣ୍ଡିଚାରରୁ ଶ୍ରୀମନ୍ଦିରକୁ ବାହୁଡିବେ ମହାପ୍ରଭୁ  । ଏନେଇ ସଜେଇହେଇଛି ଶ୍ରୀଗୁଣ୍ଡିଚା ମନ୍ଦିର  ।  

06:03 July 20

ବଡଦାଣ୍ଡରେ ଗଡିଲା 3 ରଥ

ପୁରୀ: ଆଜି (ମଙ୍ଗଳବାର) ପବିତ୍ର ବାହୁଡାଯାତ୍ରା  । ନବଦିନାତ୍ମକ ମାଉସୀ ଘର ଯାତ୍ରା ସାରି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୁର୍ତ୍ତି  । ଭାଇଭଉଣୀଙ୍କ ସହ ଜନ୍ମବେଦୀ ଛାଡି ରଥରେ ଚଢି ବଡ ଦେଉଳକୁ ଫେରିବେ ବଡଠାକୁର । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବାହୁଡା ଯାତ୍ରା ଭାବେ ସର୍ବଜନବିଦିତ । ଶରଧାବାଲିରେ ତିନି ରଥ ପ୍ରସ୍ତୁତ । କୋରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ବିନା  ଭକ୍ତରେ  ହେବ ବାହୁଡାଯାତ୍ରା ।

Last Updated : Jul 20, 2021, 7:29 PM IST

ABOUT THE AUTHOR

...view details