ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି, ଆଜି ରାତି 10ଟାରୁ ପୁରୀରେ 48 ଘଣ୍ଟିଆ କର୍ଫ୍ୟୁ - ଆଜି ରାତି 10ଟାରୁ ପୁରୀରେ 48 ଘଣ୍ଟିଆ କର୍ଫ୍ୟୁ

ଆସନ୍ତାକାଲି ବାହୁଡା ଯାତ୍ରା । କୋରୋନା କଟକଣା ଓ ସୁରକ୍ଷା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ରାତି 10ରୁ ଆସନ୍ତା 2 ତାରିଖ 10ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ରହିବ ।

ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି
ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି

By

Published : Jun 30, 2020, 1:26 PM IST

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । କୋରୋନା କଟକଣା ଓ ସୁରକ୍ଷା ନେଇ ପୋଲିସ ପକ୍ଷରୁ ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଆଇଜି ସୌମେନ୍ଦ୍ର ପ୍ରିଦର୍ଶ ଏହି ସୂଚନା ଦେଇଛନ୍ତି । ବାହୁଡା ଯାତ୍ରାରେ 70 ପ୍ଲାଟୁନ ପୋଲିସ ଫୋର୍ସ ସହ 4 ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ । ପୁରୀ ସହରକୁ ସମ୍ପୂର୍ଣ୍ଣ ସିଲ କରାଯିବ ।

ଆଜି ରାତି 10 ଟା ରୁ 2 ତାରିଖ ରାତି ଦଶଟା ଯାଏଁ ପୁରୀ ସହର ସମେତ ସାରା ଜିଲ୍ଲାରେ କର୍ଫ୍ୟୁ ରହିବ। କେହି ଲୋକ ଘରୁ ନ ବାହାରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ସେହିପରି ବାହାରୁ ମଧ୍ୟ କୌଣସି ଲୋକ ପୁରୀକୁ ଆସିପାରିବେ ନାହିଁ । ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଆସନ୍ତା 2 ତାରିଖ ରାତି 10 ଟା ଯାଏଁ ସିଲରେ ରହିବ।

ରଥ ଟଣା କେବଳ କୋଭିଡ ନେଗେଟିଭ ଆସିଥିବା ସେବାୟତ ଟାଣିବେ। ରାସ୍ତାରେ ପାଣି ସିଞ୍ଚନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ରଥଯାତ୍ରା ଭଳି ବାହୁଡା ଯାତ୍ରା ଘରେ ଟିଭିରେ ଦେଖିବାକୁ ପୋଲିସ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details