ପୁରୀ :ବହୁବଳି ସେବାୟତ ଅନୀଲ ଗୋଛିକାର ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି । 7 ଦିନ ଭିତରେ ତାଙ୍କ ଦାବିର ଉପଯୁକ୍ତ ସମାଧାନ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଅନୀଲ ଧାରଣା ପ୍ରତ୍ୟାହାର କରିଥିବା କହିଛନ୍ତି । ଶ୍ରୀମନ୍ଦିର ଐତିହ କରିଡର ନିର୍ମାଣ କାର୍ଯ୍ୟ ପାଇଁ ତାଙ୍କର ଥିବା ଯାତ୍ରୀ ନିବାସକୁ ପ୍ରଶାସନ ଉପଯୁକ୍ତ କ୍ଷତିପୂରଣ ନ ଦେଇ ଉଚ୍ଛଦ କରିବା ପ୍ରତିବାଦରେ ଗତ ଦୁଇ ସପ୍ତାହ ହେବ ଅନୀଲ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଆହୋରାତ୍ର ଧାରଣା ଦେଇଥିଲେ।
ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଅନୀଲଙ୍କୁ ସମର୍ଥନ କରିଥିଲେ। । ଏହି ପ୍ରସଙ୍ଗକୁ ନେଇ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉଁସିଲର ରାଜ୍ୟ ସଭାପତି ସନ୍ଧ୍ୟାରଣୀ ଦଳେଇ ଅନୀଲ ଗୋଛିକାରଙ୍କୁ ସମର୍ଥନ କରି ଧାରଣାରେ ଆଜି(ବୁଧବାର) ସକାଳୁ ବସିଥିଲେ। ଅନୀଲ ଗୋଛିକାରଙ୍କ ସମସ୍ୟା ସମାଧାନ ବିଳମ୍ବକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଜିଲ୍ଲାପାଳ ଏ ନେଇ ବିଚାର କରିବେ ବୋଲି କହିଥିଲେ।