ପୁରୀ:ଦୀର୍ଘଦିନ ପରେ ପୁଣି ତେଜିଲା ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ୍ରୁ ୬ଜଣ ବିସ୍ଥାପିତ ଲଜିଂ ମାଲିକଙ୍କୁ ତତ୍କାଳୀନ ଜିଲ୍ଲାପାଳ ବଗଲାଧ ର୍ମଶାଳାରେ ଲଜିଂ କରିବାକୁ ଅନୁମତି ଦେବା ସହ ପଟ୍ଟା ମଧ୍ୟ ଦେଇଥିଲେ । ତେବେ ଆଜି(ମଙ୍ଗଳବାର) ସରସ୍ୱତୀ ପୂଜାରେ ବଗଲା ଧର୍ମଶାଳା ଜମିରେ ବିସ୍ଥାପିତ ଲଜିଂ ମାଲିକମାନେ ଶୁଭ ଅନୁକୂଳ ଦେବାପାଇଁ ଭୂମି ପୂଜନ କରୁ ଥିବାବେଳେ ବିଜେପିର ଯୁବମୋର୍ଚ୍ଚା ଏହାକୁ ତୀବ୍ର ବିରୋଧ କରିଛି ।
ସୂଚନା ଅନୁଯାୟୀ ଭିତର ସେବାୟତ ନିଯୋଗ, ନିମାଇ ସାହୁ ଓ ସନ୍ଧ୍ୟା ଲଜିଂ ମାଲିକ ବଟକୃଷ୍ଣ ମୁଦ୍ରା ପରିବାର ସହ ଯାଇ ଧର୍ମଶାଳାରେ ଭୂମି ପୂଜନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ଏହାକୁ ତୀବ୍ର ବିରୋଧ କରିଥିଲା । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଛି ।