ପୁରୀ: ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି(ରବିବାର) ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ତେବେ ରବିବାର ସକାଳୁ ଭଜନ ସଙ୍କିର୍ତ୍ତନ, ଝୋଟି ଓ ଚିତ୍ରାଙ୍କନରେ ବଡ଼ଦାଣ୍ଡ ସଜେଇ ହୋଇଥିଲା । ଏଥିରେ ବିଭିନ୍ନ କଳାକାର ସାମିଲ ହୋଇଥିଲେ। ସମସ୍ତଙ୍କ ମନରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏମିତି କିଛି ପ୍ରୟାସ କରିଛି ପୁରୀ ଜିଲ୍ଲା ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବଡ଼ଦାଣ୍ଡର ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିଥିଲା ।