ଓଡିଶା

odisha

ETV Bharat / city

ଦ୍ବିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ ଜାରି - bada akhada matt eviction

ଦ୍ବିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗତକାଲି(ରବିବାର) ଠାରୁ ଆରମ୍ଭ ହୋଇଥିବା ବଡ ଆଖଡା ମଠ କୋଠା ଘରର ଭଗ୍ନାବଶେଷ ଗୁଡିକ ଆଜି ସ୍ଥାନାନ୍ତର କରାଯିବା ସହ ମଠର ବାକି ଅଂଶକୁ ଭଙ୍ଗାଯାଇଛି।

ଡିଜାଇନ ଫଟୋ

By

Published : Sep 9, 2019, 4:44 PM IST

ପୁରୀ : ଦ୍ବିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ ଜାରି ରହିଛି । ଗତକାଲି(ରବିବାର) ଠାରୁ ଆରମ୍ଭ ହୋଇଥିବା ବଡ ଆଖଡା ମଠ କୋଠାର ଭଗ୍ନାବଶେଷ ଗୁଡିକ ଆଜି ସ୍ଥାନାନ୍ତର କରାଯିବା ସହ ମଠର ବାକି ଅଂଶକୁ ଭଙ୍ଗାଯାଇଛି । ଏକାଧିକ ମାଜିଷ୍ଟ୍ରେଟ୍ ଓ 6 ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଛେଦ କାର୍ଯ୍ୟ ହୋଇଛି ।

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗତକାଲି ବଡ ଆଖଡାମଠର ପ୍ରାୟ ୮୦ ପ୍ରତିଶତ ଅଂଶ ଭଙ୍ଗା ଯାଇଥିଲା । ଆଜି ଅବଶିଷ୍ଟ ଅଂଶକୁ ଭଙ୍ଗା ଯାଉଛି । ତେବେ ମଠ ଭିତରେ ଥିବା ମନ୍ଦିର ଓ ଗାଦିକୁ ଭଙ୍ଗାଯିବ ନାହିଁ । ଆଜି ବଡ ଆଖଡା ମଠର ବାକି ଅଂଶ ଭଙ୍ଗାଯବା ପରେ ସାନ ଛତା ମଠ ଭଙ୍ଗାଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆମିକସକ୍ୟୁରୀ ଉଛେଦକୁ ସବୁଜ ସଂକେତ ଦେବା ପରେ ଜିଲ୍ଲା ପ୍ରଶାସନ ଗତକାଲିଠାରୁ ଉଛେଦ ପ୍ରକ୍ରିୟାକୁ ଜୋରଦାର କରିଛି । ଦୁଇ ମହଲା ବିଶିଷ୍ଟ ଏହି ପ୍ରାଚୀନ କୋଠାକୁ ଭାଙ୍ଗିବା ପାଇଁ ପ୍ରାୟ ୬ଟି ବୁଲଡୋଜର ନିୟୋଜିତ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details