ଓଡିଶା

odisha

ETV Bharat / city

ମଙ୍ଗଳବାର ମାଟିରେ ମିଶିବ ବଡ ଆଖଡ଼ା ମଠ

ଶ୍ରୀକ୍ଷେତ୍ରରେ ଉଚ୍ଛେଦ ପକ୍ରିୟା ଜାରି ରହିଥିବା ବେଳେ ଗଣେଷ ପୂଜା ପାଇଁ ଏହା ସ୍ଥଗିତ ରହିଛି । ଏମାର ମଠର ପକ୍ରିୟା ଶେଷ ହେବା ପରେ ଏବେ ପାଳି ପଡ଼ିଛି ବଡ଼ ଆଖଡା ମଠର । ଜିଲ୍ଲା ପ୍ରଶାସନ ନୋଟିସ ଧରେଇ ଚୁପ ବସିଛି । ଆସନ୍ତାକାଲି ଉଚ୍ଛେଦ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ମଠର ମହନ୍ତ କିମ୍ବା ତାଙ୍କ ଅନୁଗାମୀଙ୍କୁ ଥଇଥାନ କରାଯାଇନାହିଁ । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମହନ୍ତ ।

ଡ଼ିଜାଇନ୍ ଫଟୋ

By

Published : Sep 2, 2019, 6:00 PM IST

ପୁରୀ: ଆସନ୍ତାକାଲି ଉଚ୍ଛେଦ ହେବ ବଡଦାଣ୍ଡରେ ଥିବା ବଡ଼ ଅଖଡା ମଠ । ଏଥିପାଇଁ ପ୍ରଶାସନ ନୋଟିସ ଜାରି କରିସାରିଛି । ପ୍ରଶାସନର ଅନୁମତି ଅନୁସାରେ ମଠରେ ଥିବା ଦୋକାନୀ, ନିଜ ଦୋକାନ ଛାଡି ସାରିଛନ୍ତି । ମଙ୍ଗଳବାର ସକାଳେ ଆରମ୍ଭ ହେବ ଉଚ୍ଛେଦ । ଅନ୍ୟପଟେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଡ଼ ଅଖଡା ମଠ ମହନ୍ତ ।

ମହନ୍ତଙ୍କ କହିବା କଥା କେବଳ ନୋଟିସ ଧରେଇ ପ୍ରଶାସନ ଚୁପ ବସିଛି । କିଭଳି ଓ କେଉଁଠି ମଠ ମହନ୍ତ ଓ ତାଙ୍କ ଅନୁଗାମୀ ରହିବେ ସେନେଇ କୌଣସି ବ୍ୟବସ୍ଥା ହୋଇନାହିଁ । ସେହିପରି ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗକୁ ନେଇ ଯେଭଳି ମଠ ଉଚ୍ଛେଦ ହେଉଛି, ତାହା ଦ୍ବାରା ମଠ ପରମ୍ପରା ଧ୍ବଂସ ହୋଇ ଯିବ ବୋଲି ଆଶଙ୍କା କରିଛନ୍ତି ମଠର ମହନ୍ତ ।

ମଙ୍ଗଳବାର ମାଟିରେ ମିଶିବ ବଡ ଆଖଡ଼ା ମଠ

ପୁରୀ ବଡ଼ଦାଣ୍ଡରେ ଥିବା ବଡ଼ ଅଖଡା ମଠ 1402 ମସିହାରେ ପ୍ରତିଷ୍ଠା ହୋଇଥିଲା । ବୈଷ୍ଣବ ନାଗା ସାଧୁ ଏଠାରେ ରହି ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିଲେ । ତେବେ ଏହି ମଠର ଉଚ୍ଛେଦକୁ ନେଇ ଜିଲାପାଳଙ୍କ କହିବା କଥା ଯେ, ମଠରେ ଥିବା ମନ୍ଦିର ସମେତ କିଛି ବାସଗୃହ ରହିବ । ଏହା ଦ୍ବାରା ପୂର୍ଵ ଭଳି ମଠ ମନ୍ଦିରରେ ପୂଜାର୍ଚ୍ଚନା ସହ ଏହାର ମହନ୍ତ ରହିବେ ।

ପରବର୍ତ୍ତୀ ସମୟରେ ପ୍ରଶାସନ ମଠକୁ ଶ୍ରୀମନ୍ଦିର ନିକଟରେ ଥିବା ସରକାରୀ ଜାଗାରେ ଥଇଥାନ କରିବ । ଶୀକ୍ଷେତ୍ରକୁ ବିଶ୍ବଐତିହ୍ୟ ସହର କରିବା ନେଇ ସରକାର ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭିନ୍ନ ମଠର ଉଚ୍ଛେଦକୁ ନେଇ ସାଧୁସନ୍ଥ, ମଠସଂସ୍କୃତି ବିଲୋପ ହୋଇ ଯିବା ଆଶଙ୍କା ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details