ପୁରୀ: ଓଡ଼ିଶା ରାଜ୍ୟ ସରକାରୀ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟାପକ ସଂଘର ଦାବି ପୂରଣ କରୁନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ରାଜ୍ୟ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟାପକ ସଙ୍ଘ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
ଆୟୁର୍ବେଦ-ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟାପକ ସଂଘର ପୂରଣ ହେଉନି ଦାବି - puri medical college lecture association pressmeet
ଓଡ଼ିଶା ରାଜ୍ୟ ସରକାରୀ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟାପକ ସଂଘର ଦାବି ପୂରଣ କରୁନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅଧିକ ପଢ଼ନ୍ତୁ...
ଦୀର୍ଘଦିନ ଧରି ତଥା କୋଭିଡ ମହାମାରୀ ସମୟରେ ଉଭୟ ସଂଘର ଅଧ୍ୟାପକମାନେ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ମଧ୍ୟ ଅଧ୍ୟାପକମାନେ କୌଣସି ଅବହେଳା କରିନଥିଲେ । ଏହାସତ୍ତ୍ବେ ଆୟୁର୍ବେଦ, ହୋମିଓପାଥିକ ଓ ଆୟୁଷ ଡାକ୍ତର, ଏଲୋପାଥିକ ଡାକ୍ତରଙ୍କ ଦରମା, ଅବସର ବୟସ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗରେ ପାତରଅନ୍ତର କରାଯାଉଛି । ଗତ ଅଗଷ୍ଟ ୩ ତାରିଖରେ ସୁପ୍ରିମକୋର୍ଟ ଏଭଳି ନୀତି ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ଏହାସତ୍ତ୍ବେ ରାଜ୍ୟ ସରକାର ଏହି ଦୁଇଟି ସଙ୍ଘର ନାର୍ଯ୍ୟ ଦାବିକୁ କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ ଡକ୍ଟର ଆଦିକନ୍ଦ ବିଶ୍ବାଳ ।
ସୁପ୍ରିମକୋର୍ଟଙ୍କ କଥା ରଖି ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟାପକ ସଙ୍ଘର ନାର୍ଯ୍ୟ ତଥା ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ସହୃଦୟ ବିଚାର କରି ପୂରଣ କରିବା ପାଇଁ ଡକ୍ଟର ଆଦିକନ୍ଦ ବିଶ୍ୱାଳ ସରକାରଙ୍କୁ ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମଳନୀରେ ସରକାରୀ ଆୟୁର୍ବେଦ ଏବଂ ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟାପକ ସଙ୍ଘର ସଭାପତି ଡ଼ଃ ସିମାଦ୍ରୀ ଭୂଷଣ ନାୟକ, ଉପସଭାପତି ଡ଼ଃ ରଞ୍ଜନ କୁମାର କାଷ୍ଟ ଏବଂ ସହ ସାଧାରଣ ସମ୍ପାଦକ ଡ଼ଃ ଶିଵବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ