ପୁରୀ: ପୁରୀରେ ଉଦଘାଟିତ ହେଲା ସଚେତନତା ରଥ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଭୋଟ ଦେବା ଉଦେଶ୍ୟରେ ଏହି ସଚେତନତା ରଥ ଉଦଘାଟିତ କରାଯାଇଛି ।
ପୁରୀ ଜିଲ୍ଲାର 6ଟି ନିର୍ବାଚନ ମଣ୍ଡଳୀର 20 ହଜାର ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଛନ୍ତି । ଦିବ୍ୟାଙ୍ଗଙ୍କୁ ମଧ୍ୟ ଦେଶ ଗଠନରେ ଭାଗ ନେବା ସହ ଭୋଟ ଦେବା ପାଇଁ ସଚେତନ କରାଯିବ। ବିଶେଷ କରି ବୁଥ ଗୁଡିକରେ ଦିବ୍ୟାଙ୍ଗଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ପ୍ରଚାର କରାଯିବ ।