ପୁରୀ :ଦାଦାବଟି ନ ଦେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲାର କୁଲୁ ଦାସ ଓ ଜଗୁ ରେଡ୍ଡି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, କୁଲୁ ଦାସ ଓ ଜଗୁ ରେଡ୍ଡି ଆଜି(ଶୁକ୍ରବାର) ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ଚାରିଚକିଆ ଯାନରେ ଘରକୁ ଫେରୁଥିଲେ । ଏହି ସମୟରେ ନରେନ୍ଦ୍ର କୋଣ ଠାରେ କିଛି ଦୁର୍ବୁତ୍ତ ତାଙ୍କ ଗାଡିକୁ ଅଟକାଇବା ସହ ଦାଦାବଟି ମାଗିଥିଲେ।
Tourist Attacked: ଦାଦାବଟି ନ ଦେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ - ନରେନ୍ଦ୍ର କୋଣରେ ପର୍ଯ୍ୟଟକଙ୍କୁ ଆକ୍ରମଣ
ଦାଦାବଟି ନ ଦେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଛି । ଥାନାରେ ମାମଲା । ଅଧିକ ପଢନ୍ତୁ
Tourist Attack: ଦାଦା ବଟି ନ ଦେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ
Tourist Attack: ଦାଦା ବଟି ନ ଦେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ
ତେବେ ଦାଦାବଟି ନ ଦେବାରୁ ଦୁର୍ବୁତ୍ତମାନେ ତାଙ୍କୁ ଛୁରି ଦେଖାଇ ଭୟଭୀତ କରାଇଥିଲେ । ଏହା ସହ ମାଡ ମାରି ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ଟାଉନ ଥାନାରେ କୁଲୁ ଦାସ ଓ ଜଗୁ ରେଡ୍ଡି ଅଭିଯୋଗ କରିଥିଲେ । ଏନେଇ ଟାଉନ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେପଟେ ପୁରୀରେ ଦିନ ଦ୍ଵି ପ୍ରହରରେ ପର୍ଯ୍ୟଟକଙ୍କୁ ଆକ୍ରମଣକୁ ନେଇ ବୁଦ୍ଧିଜୀବୀ ମହଲରେ ତୀଵ୍ର ନିନ୍ଦା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ