ପୁରୀ: ନୟାଗଡରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରାଯାଇଛି । ଖବର ସଂଗ୍ରହ କରୁଥିବା ବେଳେ ନୟାଗଡ ଯଦୁପୁର ଗାଁରେ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନଙ୍କୁ ଗୁରୁବାର ସଂଘଵଧ ଆକ୍ରମଣ କରିଥିଲେ । ଏହାସହ କ୍ୟାମେରା ଭାଙ୍ଗିଦେଇଥିଲେ । ଏହି ଘଟଣାକୁ ଶ୍ରୀକ୍ଷେତ୍ର ପ୍ରେସ କ୍ଲବ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏହାକୁ ପ୍ରତିବାଦ ଜଣାଇ ଆଜି (ଶୁକ୍ରବାର) ପ୍ରେସ କ୍ଲବର ସଦସ୍ୟମାନେ ଶ୍ରୀମନ୍ଦିର ସମ୍ମୁଖରେ ନୀରବ ପ୍ରତିବାଦ କରିବି ସହ ଆକ୍ରମଣକାରୀଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି ।
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନିନ୍ଦା - ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନିନ୍ଦା
ନୟାଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନିନ୍ଦା । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀକ୍ଷେତ୍ର ପ୍ରେସ କ୍ଲବ । ଅଧିକ ପଢନ୍ତୁ...
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନିନ୍ଦା
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନିନ୍ଦା
ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ଆକ୍ରମଣ କରାଯାଉଥିବାରୁ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ସଙ୍ଘ ଦାବି କରୁଛି । ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ