ଓଡିଶା

odisha

ETV Bharat / city

ସୁରକ୍ଷିତ ଅଛି ଗର୍ଭଗୃହ ଓ ରତ୍ନସିଂହାସନ: ASI - ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ମୋହର ମିଳିଛି । ଅଧିକ ପଢ଼ନ୍ତୁ

asi said garbhagruha and ratna singhasan is safe on shree mandir management meeting
ସୁରକ୍ଷିତ ଅଛି ଗର୍ଭଗୃହ ଓ ରତ୍ନସିଂହାସନ: ASI

By

Published : Aug 7, 2022, 8:55 AM IST

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଦର୍ଶ ଗୁରୁକୁଳ ଗଠନ ନିମନ୍ତେ ସୋସାଇଟି ଓ MOU ସମ୍ପର୍କରେ ଆୟୋଜିତ ବୈଠକରେ ଅନୁମତି ଦିଆଯାଇଛି । ସେବାୟତ ବାସଗୃହ ଯୋଜନାକୁ ମଧ୍ୟ ମୋହର ଲାଗିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସୁରକ୍ଷିତ ଅଛି ଗର୍ଭଗୃହ ଓ ରତ୍ନସିଂହାସନ

ଚଳିତବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାର ସମୀକ୍ଷା କରାଯାଇ ଆସନ୍ତାବର୍ଷ କିଭଳି କୌଣସି ସେବାୟତମାନେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ନରହିବେ ସେନେଇ ପ୍ରସ୍ତାବ ଆସିଛି । ଛତିଶା ନିଯୋଗଙ୍କ ସହ ଏନେଇ ଆଲୋଚନା କରାଯିବ । ଦୀର୍ଘ ଅଢେଇ ବର୍ଷ ହେବ ବନ୍ଦ ରହିଥିବା ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ସରିବା ପରେ ଖୁବଶୀଘ୍ର ଏହା ଭକ୍ତଙ୍କ ପାଇଁ ଖୋଲାଯିବ । ତେବେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଓ ରୋଷଘର ଭିତରକୁ ଭକ୍ତ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିମନ୍ତେ ଗଠିତ ହୋଇଥିବା ସୋସାଇଟି ଓ MOU ସମ୍ପର୍କରେ ପରିଚାଳନା କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ମାଟିତୋଟାରେ ଏଥିପାଇଁ ୧୪ ଏକରରରୁ ଅଧିକ ଜମି ଚିହ୍ନଟ ହୋଇଛି । ବିର୍ଲା ଏଜୁକେସନ ସୋସାଇଟି (Birla Education Society) ସହ MOU କରାଯାଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଗୁରୁକୁଳ ଏମଓୟୁ ସର୍ତ୍ତାବଳୀ ଓ ଚିଠା ଏମଓୟୁକୁ ପରିଚାଳନା କମିଟି ମୋହର ମାରିଛି । ଗୁରୁକୁଳ ନିର୍ମାଣ ନିମନ୍ତେ ସୁପ୍ରିମକୋର୍ଟ ପକ୍ଷରୁ ୬ କୋଟି ୧୯ ଲକ୍ଷ ୮୯ ହଜାର ୨୦୨ ଟଙ୍କା ଶ୍ରୀମନ୍ଦିର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଗୁରୁକୁଳ ନିର୍ମାଣର ବାକି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ରାଜ୍ୟ ସରକାର ଅବଢ଼ା ଯୋଜନାରୁ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳ କରିଛନ୍ତି । ବୈଠକରେ ସେବାୟତ ବାସଗୃହ ଯୋଜନାକୁ ମଧ୍ୟ ମୋହର ଲାଗିଛି । ହରଚଣ୍ଡୀ ସାହି ଓ ମାଟିମଣ୍ଡପ ସାହି ମୌଜାରେ ୫ ଏକରରୁ ଅଧିକ ଜମି ଚିହ୍ନଟ ହୋଇ ମାପଚୁପ ଓ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ଏହା ଆରମ୍ଭ ହୋଇ ପ୍ରାଥମିକ ଭାବେ ୪୦୦ ବାସହୀନ ଓ ଗରିବ ସେବାୟତଙ୍କୁ ବାସଗୃହ ଯୋଗାଇ ଦିଆଯିବ। ପୂର୍ବ ଲ୍ୟାଣ୍ଡ ସବ କମିଟି ବୈଠକର ନିଷ୍ପତିକୁ ମଧ୍ୟ ମୋହର ମାରିଛି ପରିଚାଳନା କମିଟି ।

ଗତ କିଛି ମାସ ଧରି ପରିଚାଳନା କମିଟି ବୈଠକରେ ଏଏସଆଇ ଯୋଗଦେଇ ନଥିବାବେଳେ ଶନିବାର ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ‘‘କେବଳ ରତ୍ନସିଂହାସନ ପଛ ପାର୍ଶ୍ଵରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ଏଏସଆଇ ଏହାର ଅନୁଧ୍ୟାନ କରିଛି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଙ୍ଗ କାର୍ଯ୍ୟ କରାଯିବ ।’’ ଭିତର ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନପକ୍ଷରୁ କୌଣସି ଚିଠି ଲେଖାଯାଇନଥିବା ସ୍ପଷ୍ଟ କରିଛନ୍ତି ଏଏସଆଇ ଅଧିକ୍ଷକ ଅରୁଣ ମଲ୍ଲିକ । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଅନୁରୋଧ ପତ୍ର ଆସିଲେ ରତ୍ନ ଭଣ୍ଡାର ଯାଞ୍ଜ କରାଯିବ ବୋଲି କହିଛନ୍ତି । ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲ୍ଲାପାଳ, ଏସପି,‌ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details