ଓଡିଶା

odisha

ETV Bharat / city

ପୁରୀରେ ବି ଭାଇଗିରି ଭିଡିଓ ଭାଇରାଲ, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ଏସପି - ପୁରୀ ଭିଡିଓ ଭାଇରାଲ

ଭୁବନେଶ୍ବର, କଟକ ଓ ବଲାଙ୍ଗୀର ପରେ ଏବେ ପୁରୀରେ ମାତିଛନ୍ତି ଅମାନିଆ ଯୁବପିଢ଼ି । ହାତରେ ଖଣ୍ଡା ଧରି ଅଶ୍ଳୀଳ ଭାଷା ଧମକ ଦେଇ ସୋସିଆଲ ମିଡିଆରେ କିଛି ଉଦଭ୍ରାନ୍ତ ଯୁବକଙ୍କ ଭିଡ଼ିଓ ପୋଷ୍ଟ କରିଥିବା ନଜରକୁ ଆସିଛି । ଅଧିକ ପଢ଼ନ୍ତୁ

ଭାଇଗିରି ଭିଡିଓ ଭାଇରାଲ
ପୁରୀରେ ବି ଭାଇଗିରି ଭିଡିଓ ଭାଇରାଲ, କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ପୁରୀ ଏସପି

By

Published : Nov 14, 2021, 6:22 PM IST

ପୁରୀ:ଭୁବନେଶ୍ବର, କଟକ ଓ ବଲାଙ୍ଗୀର ପରେ ଏବେ ପୁରୀରେ ମାତିଛନ୍ତି ଅମାନିଆ ଯୁବପିଢ଼ି । ହାତରେ ଖଣ୍ଡା ଧରି ଅଶ୍ଳୀଳ ଭାଷା ଧମକ ଦେଇ ସୋସିଆଲ ମିଡିଆରେ କିଛି ଉଦଭ୍ରାନ୍ତ ଯୁବକ ଭିଡ଼ିଓ ପୋଷ୍ଟ କରିଥିବା ନଜରକୁ ଆସିଛି । କମ୍ ବୟସର ଯୁବକମାନେ ଏବେ ଠାରୁ ଅପରାଧ ଦୁନିଆରେ ପାଦ ଦେଇ ପତିଆରା ଜାହିର କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ପୁରୀରେ ବି ଭାଇଗିରି ଭିଡିଓ ଭାଇରାଲ, କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ପୁରୀ ଏସପି

ଅମାନିଆ ଯୁବକଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୁରୀ ଲୋକେ ଏବେ ଭୟଭୀତ ହୋଇ ରହିଛନ୍ତି । ପୁରୀ ପୋଲିସ ଏହି ଭିଡିଓର ସତ୍ୟାସତ୍ୟତାକୁ ନେଇ ତଦନ୍ତ ସହ ଯୁବଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଉଠିଛି । ଶ୍ରୀକ୍ଷେତ୍ର ମାଟି ହେଉଛି ଆଧ୍ୟାତ୍ମିକ ମାଟି । ମହାପ୍ରଭୁ ଏଠାରେ ବିରାଜମାନ କରିଥିବାରୁ ହଜାର ହଜାର ଭକ୍ତ ପ୍ରତିଦିନ ଏଠାକୁ ଆସୁଛନ୍ତି । ଶ୍ରୀକ୍ଷେତ୍ର ମାଟିରେ ଏଭଳି ଅପରାଧୀଙ୍କ ଖୁଲମଖୁଲା ଦବଙ୍ଗଗିରି ବିରୋଧରେ ପୁରୀ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ । ପୁରୀରେ କୌଣସି ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନି । ଦୃଢ଼ ହସ୍ତରେ ଅଭିଯୁକ୍ତଙ୍କୁ ଦମନ କରାଯିବ । ତେବେ ଯୁବପିଢ଼ି ଖରାପ ବାଟକୁ ନଯାଇ ନିଜର କ୍ୟାରିଅର ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପୁରୀ ଏସ୍‌ପି କେ ବିଶାଳ ସିଂ ଅପିଲ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details