ଓଡିଶା

odisha

ETV Bharat / city

ଶ୍ରୀରାଧା ପାଦ ଦର୍ଶନ ପ୍ରସ୍ତୁତି ବୈଠକ, ଯୋଗ ଦେଲେନି ସେବାୟତ

ପୁରୀର ଦ୍ବିତୀୟ ବୃହତ୍ତମ ଗଣପର୍ବ ସାକ୍ଷୀଗୋପାଳର ମା’ ଶ୍ରୀରାଧାଙ୍କ ପାଦ ଦର୍ଶନ । ଏନେଇ ପ୍ରସାଶନ ପକ୍ଷରୁ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଯାଛି । ଅଧିକ ପଢନ୍ତୁ...

ଶ୍ରୀରାଧା ପାଦ ଦର୍ଶନ ନେଇ ପ୍ରସ୍ତୁତି, ଯୋଗ ଦେଲେନି ସେବାୟତ କର୍ମକର୍ତ୍ତା

By

Published : Oct 24, 2019, 10:06 PM IST

ପୁରୀ: ବିଭିନ୍ନ ଦାବି ନେଇ ବୈଠକ ବର୍ଜନ କରିଛନ୍ତି ସତ୍ୟବାଦୀ ଗୋପୀନାଥଦେବ ମନ୍ଦିର ସେବାୟତ । ଅଁଳା ନବମୀ ପୂଜାରେ ପ୍ରଶାସନ କୁ ସେବାୟତ ଅସହଯୋଗ କରିବେ । ଏଭଳି ଚରମ ନିଷ୍ପତ୍ତି ନେଇଛି ସକ୍ଷୀଗୋପାଳ ସେବାୟତ ସଂଘ ।

ଶ୍ରୀରାଧା ପାଦ ଦର୍ଶନ ନେଇ ପ୍ରସ୍ତୁତି, ଯୋଗ ଦେଲେନି ସେବାୟତ କର୍ମକର୍ତ୍ତା


ପରମ୍ପରା ଅନୁଯାୟୀ ଅସନ୍ତା ନଭେମ୍ବର ୫ ରେ ପବିତ୍ର ଅଁଳା ନବମୀ । ଏଥିପାଇଁ ଅନୁଷ୍ଠିତ ହୋଇଥିବା ପ୍ରଥମ ସମନ୍ବୟ ବୈଠକରେ ସେବାୟତ ପ୍ରତିନିଧି ଯୋଗ ଦେଇ ନାହାଁନ୍ତି । ପାଉଣା ପ୍ରଦାନରେ ପ୍ରଶାସନର ଅବହେଳା ଓ ସେବୟତ ଙ୍କୁ ଅସମ୍ନାନ ପ୍ରତିବାଦରେ ବୈଠକରେ ସମିଲ ହୋଇ ନାହାନ୍ତି ସେବାୟତ ।

ପ୍ରତ୍ୟେକ ଦିନ ଭଳି ପବିତ୍ର ଆଁଳା ନବମୀ ଦିନ ମଧ୍ୟ ସମାନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବ । ପ୍ରଶାସନର ନୀତି ନିୟମକୁ ସେବକମାନେ ମାନିବେ ନାହିଁ ବୋଲି ରୋକ ଠୋକ କହିଛନ୍ତି । ଏହି ଘଟଣା ସମ୍ନାକୁ ଆସିବା ପରେ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ନେଇ ଆଶଙ୍କା ସୃଷ୍ଟି ହୋଇଛି।


ପବିତ୍ର ଅଁଳା ନବମୀରେ ଓଡିଆଣୀ ବେଶରେ ଦର୍ଶନ ଦେବେ ମାଆ ଶ୍ରୀରାଧା । ମାଆଙ୍କ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ଏଥିପାଇଁ ମନ୍ଦିର କାର୍ଯ୍ୟାଳୟ ପାନ୍ଥଶାଳାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ କୁ ଦୃଷ୍ଟିରେ ରଖି ବୈଠକରେ ଆଇନଶୃଙ୍ଖଳା, ଯାନବାହନ ନିୟନ୍ତ୍ରଣ, ଅଗ୍ନିଶମ ସେବା, ବ୍ୟାରିକେଟ୍ ନିର୍ମାଣ, ରାସ୍ତା ମରାମତି, ବିଦ୍ୟୁତ ସେବା, ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ଓ ସଫେଇ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା ।

ଯଥାଶୀଘ୍ର ଉକ୍ତ ବିଭାଗର କାର୍ଯ୍ୟ କିଭଳି ଭାବରେ ତ୍ବରାନ୍ବିତ ହେବ ସେଥିପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ବୈଠକରେ ସେବାୟତ ଯୋଗ ଦେଇନଥିବାରୁ ସେବାପୂଜା ଉପରେ ଅଧିକ ଆଲୋଚନା ହୋଇପାରିନଥିଲା । ଚଳିତବର୍ଷ ପ୍ରତ୍ନତତ୍ବ ବିଭାଗ ହାତରେ ରହିବ ଭିଆଇପି ପାସ୍‌ ବ୍ୟବସ୍ଥା ।

ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସେବାୟତ ମାନଙ୍କ ବୈଠକ ବର୍ଜନର କାରଣ ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବୈଠକରେ ପୁରୀ ଉପ ଜିଲ୍ଲାପାଳ, ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details