ପୁରୀ:ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କାଢିବାକୁ ନେଇ ମନ୍ଦିର ପରିଦର୍ଶନ କରିଥିଲେ ହାଇକୋର୍ଟଙ୍କ ଆମକିସକ୍ୟୁରି ତଥା କୋର୍ଟ ମିତ୍ର ନଗେନ୍ଦ୍ର କୁମାର ମହାନ୍ତି । ମନ୍ଦିର ସୁରକ୍ଷା ପାଇଁ ବାଲି କଢ଼ାଯିବା (Sand removal from inside of Konark Temple) ନେଇ ସମ୍ମତି ପ୍ରକାଶ କଲେ ଆକିକସକ୍ୟୁରି । ପର୍ଯ୍ୟାୟ କ୍ରମେ ମନ୍ଦିରର ସ୍ଥିତି ଓ ସୁରକ୍ଷା ଉପରେ ନଜର ରଖି ବାଲି କାଢିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।
ଦୀର୍ଘ ୧୨୦ ବର୍ଷ ତଳୁ ବ୍ରିଟିଶ ସରକାରଙ୍କ ପକ୍ଷରୁ ମନ୍ଦିର ମୁଖଶାଳା ଭିତରେ ବାଲି ଭର୍ତ୍ତି କରାଯାଇଛି । ଏବେ ସୂର୍ଯ୍ୟ ମନ୍ଦିର ସୁରକ୍ଷା ନେଇ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏ ନେଇ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କାଢିବା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରି ତଦାରଖ କରିଛନ୍ତି ।
ବାଲି କାଢିବା ନେଇ ପ୍ରାଥମିକ ପ୍ରକ୍ରିୟା ଜାରି ରହିଛି । ପର୍ଯ୍ୟାୟ କ୍ରମେ ମନ୍ଦିରର ସ୍ଥିତି ଓ ସୁରକ୍ଷା ଉପରେ ନଜର ରଖି ବାଲି କାଢିବା ବ୍ୟବସ୍ଥା କରାଯିବ ବୋଲି ଆମିକସକ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ଉପଦେଷ୍ଟା କମିଟି ମୁଖ୍ୟ ଡ଼କ୍ଟର ଏନ.ସି ପାଲ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଅଧିକାରୀ ନିରୋଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ- ବ୍ଲାକ୍ ପାଗୋଡ଼ା ପ୍ରତି ବିପଦ, କୋଣାର୍କ ଗର୍ଭଗୃହରୁ ବାଲି ବାହାର କରିବ ASI