ଓଡିଶା

odisha

ETV Bharat / city

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ - ମହାପ୍ରସାଦ

ପୁଣି ଅନଲାଇରେ ମହାପ୍ରସାଦ ବିକ୍ରି ଅଭିଯୋଗ ଆସିଛି । ଯାହାକୁ ନେଇ ସେବାୟତଙ୍କ ପକ୍ଷରୁ ଏତଲା ଦେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି ।

ଅନଲାଇନରେ ମହାପ୍ରସାଦ
ଅନଲାଇନରେ ମହାପ୍ରସାଦ

By

Published : Dec 8, 2020, 8:08 AM IST

ଭୁବନେଶ୍ବର: ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା । କିଏ ନିର୍ମାଲ୍ୟ ବିକୁଛି ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ଦୁର୍ମୁଲ୍ୟ ମହାପ୍ରସାଦ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ମହାପ୍ରସାଦ ବିକ୍ରି ଅଭିଯୋଗ

ପିଣ୍ଟେରେଷ୍ଟ ନାମକ ଏକ ଅନଲାଇନ୍‌ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣାପଡିଛି । ଏହାକୁ ନେଇ ସେବାୟତ ମହଲରେ ନିନ୍ଦା କରାଯାଇଥିବାବେଳେ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି ।

ଏନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏତଲା ଦେବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୂର୍ବରୁ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ ନିକଟ ଅତିତରେ ଆମାଜନ୍‌ ଇକମର୍ସ ସଂସ୍ଥା ନିର୍ମାଲ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆମାଜନ୍‌ ନାଁରେ ଏତଲା ଦାୟର କରାଯାଇଥିଲା ।

ତେବେ ସମସ୍ତ ବିଷୟ ଉପରେ ଧ୍ୟାନ ଦେବାକୁ ଶ୍ରୀମନ୍ଦିରର ସ୍ବତନ୍ତ୍ର ଆଇଟି ସେଲ ଥିବା ସତ୍ବେ, ଏଭଳି ଘଟଣାକୁ କିଭଳି ଅଣଦେଖା କରାଯାଉଛି ବୋଲି ସେବାୟତ ମହଲରେ ଓ ସାଧାରଣରେ ପ୍ରଶ୍ନ ଉଠିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details