ପୁରୀ:ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ନେଇ ବ୍ୟବସ୍ଥା ଆରମ୍ଭ ହୋଇସାରିଛି। ଭକ୍ତମାନେ କୋଭିଡ ନେଗେଟିଭ ସାର୍ଟିଫିକେଟ ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାର ଗାଇଡ଼ଲାଇନ ରହିଛି। ତେବେ ଏହି ଗାଇଡ଼ଲାଇନକୁ ପୁରୀର ଏକ ଘରୋଇ ହସପିଟାଲ ବେଶ ଫାଇଦା ନେଉଥିବା ଅଭିଯୋଗ ହୋଇଛି। କୋଭିଡ ନେଗେଟିଭ ରିପୋର୍ଟ 400 ଟଙ୍କା ଥିବା ବେଳେ ପୁରୀ ସହରର ମୋଚି ସାହିରେ ଥିବା ଏକ ଘରୋଇ ହସପିଟାଲରେ ଅଧିକ ଅର୍ଥ ଆଦାୟ କରାଯାଉଛି। ଫଳରେ ଭକ୍ତମାନେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ସେହିପରି କେବଳ ପୁରୀବାସୀଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ସେହି ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ କ୍ଷମତା ଦେଇ ଥିବା ବେଳେ ସେହି ହସ୍ପିଟାଲ ସବୁ ନିୟମ ଉଲ୍ଲଂଘନ କରି ପୁରୀ ବାହାର ଲୋକଙ୍କୁ ମଧ୍ୟ କୋଭିଡ ନେଗେଟିଭ ରିପୋର୍ଟ ଦେଉଥିବା ଅଭିଯୋଗ ହୋଇଛି।
କୋଭିଡ ନେଗେଟିଭ ରିପୋର୍ଟ ଆଳରେ ଶୋଷଣ ଅଭିଯୋଗ - Covid negative report
କୋଭିଡ ନେଗେଟିଭ ରିପୋର୍ଟ ଆଳରେ ଶୋଷଣ ଅଭିଯୋଗ । ପୁରୀରୁ ଆସିଛି ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ...
![କୋଭିଡ ନେଗେଟିଭ ରିପୋର୍ଟ ଆଳରେ ଶୋଷଣ ଅଭିଯୋଗ Allegations of exploitation in connection with the Covid negative report](https://etvbharatimages.akamaized.net/etvbharat/prod-images/768-512-10129228-thumbnail-3x2-o.jpg)
ଏହି ଅଭିଯୋଗ ପରେ ପୁରୀ ସିଡିଏମଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନ ହୋଇଥିଲେ ସେହି ହସ୍ପିଟାଲ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ପୁରୀରେ ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ ବ୍ୟବସ୍ଥା କରିବା ଦାବି ଉପରେ ମତ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ କରିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଭିତ୍ତିଭୂମି ନାହିଁ। ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଯେଉଁ ଗାଇଡ଼ଲାଇନ ହୋଇଛି ତାହା ସମସ୍ତଙ୍କ ସୁରକ୍ଷା ପାଇଁ କରାଯାଇଛି । ଏଣୁ ଏହି ନିୟମ ମାନି ମହାପ୍ରଭୁଙ୍କ ଦର୍ଶନ ସୁବିଧା ହାସଲ କରିବା ପାଇଁ ପୁରୀ ଉପ ଜିଲ୍ଲାପାଳ ଭକ୍ତଙ୍କୁ ଅନୁରୋଧ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ