ଓଡିଶା

odisha

ETV Bharat / city

ଦଳିତଙ୍କ ଉପରେ ଆକ୍ରମଣ ମାମଲା, ପୋଲିସ ନିଷ୍କ୍ରିୟତାକୁ ସମାଲୋଚନା - attck to a dallit family in puri

ପୁରୀ ଜିଲ୍ଲା କଣାସରେ ଦଳିତ ପରିବାର ଉପରେ ଆକ୍ରମଣ ଘଟଣାରେ ରହିଛି ସ୍ଥାନୀୟ ସତ୍ୟବାଦୀ ବିଧାୟକଙ୍କ ସମ୍ପୃକ୍ତି । ଏପରି ଅଭିଯୋଗ ଆଣି ପୋଲିସ ନିଷ୍କ୍ରିୟତା ବିରୋଧରେ ବର୍ଷିଲା ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ । ଅଧିକ ପଢନ୍ତୁ...

ଦଳିତଙ୍କ ଉପରେ ଆକ୍ରମଣ ଘଟଣାରେ ବିଧାୟକଙ୍କ ହାତ,ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ
ଦଳିତଙ୍କ ଉପରେ ଆକ୍ରମଣ ଘଟଣାରେ ବିଧାୟକଙ୍କ ହାତ,ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

By

Published : Aug 8, 2021, 5:42 PM IST

ପୁରୀ:କଣାସରେ ଦଳିତ ପରିବାରୁ ଆକ୍ରମଣ ପଛରେ ରହିଛି ସତ୍ୟବାଦୀ ବିଧାୟକ ଓ ବଡାସ ସରପଞ୍ଚଙ୍କ ସମ୍ପୃକ୍ତି। ରାଜନୈତିକ ଚାପରେ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛି ପୋଲିସ । ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି ସଙ୍ଗୀନ ଅଭିଯୋଗ କରିଛି ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ।

ଦଳିତଙ୍କ ଉପରେ ଆକ୍ରମଣ ଘଟଣାରେ ବିଧାୟକଙ୍କ ହାତ,ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

ଆଜିର ପ୍ରେସମିଟରେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବାଦଲପୁରର ଶାସକ ଦଳର କର୍ମୀଥିବା ସୋମ୍ୟକାନ୍ତ ବେହେରାଙ୍କ ଦଳ ପରିବର୍ତ୍ତନ ଚର୍ଚ୍ଚା ହେବା ପରେ ଏହାକୁ ସହଜର ଗ୍ରହଣ କରିପାରିନଥିଲେ ବିଧାୟକ ଉମା ସାମନ୍ତରାୟ । ଗୁଣ୍ଡାଙ୍କୁ ଲଗାଇ ସୋମ୍ୟକାନ୍ତ ପାରିବାରକୁ ଆକ୍ରମଣ କରାଇଥିଲେ ବିଧାୟକ। ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ ବସିଥିବା ଅଭିଯୋଗ କରିଛି ଦଳିତ ଆଦିବାସୀ ମହାସଂଘ ।

ସେହିପରି ଅନ୍ୟ ଏକ ଘଟଣା ଅନୁସାରେ, ବଡ଼ାଶ ଗ୍ରାମର ଭାନୁମତି ଭୋଇଙ୍କ ପରିବାରକୁ ମରଣାତ୍ମକ ଆକ୍ରମଣ, ଘରକୁ ଭାଙ୍ଗି ସମ୍ପୂର୍ଣ୍ଣ ମାଟିରେ ମିଶାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ ବଳରାମ ପଲେଇକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ । ଯାହାକୁ ନେଇ ମଧ୍ୟ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ତେବେ ଏହି ଦୁଇ ଘଟଣାରେ ଯଦି, ପୋଲିସ ପ୍ରଶାସନ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details