ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶୀଘ୍ର ରଥ ଟଣା ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ । ଦିନ ୧୨ରୁ ପହଣ୍ଡି ଆରମ୍ଭ ହେବା ସହ ଅପରାହ୍ନ ୪ରୁ ରଥ ଟାଣିବେ ଭକ୍ତ । ସଠିକ ସମୟରେ ନୀତିକାନ୍ତି ସରିବା ପାଇଁ ହୋଇଛି ନିଷ୍ପତ୍ତି । ସେପଟେ ରଥ ଉପରେ ମୋବାଇଲରେ ଫୋଟୋ ଉଠାଇବା ନେଇ କଟକଣା ଜାରି କରାଯାଇଛି ।
ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତାକାଲି (ଶନିବାର) ଭୋର ୪ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ବାହୁଡ଼ା ପହଣ୍ଡି ଦିନ ୧୨ରୁ ଆରମ୍ଭ ହେବ । ପରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯୟୀ ତିନି ରଥରେ ଆବଶ୍ୟକ ମରାମତି ସରିଛି । ମହାପ୍ରଭୁଙ୍କୁ ଦେଖିବାରେ ଭକ୍ତ ମାନଙ୍କର ଅସୁବିଧା ନହେବା ପାଇଁ ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ଉପସ୍ଥିତ ରହିବେ ।