ଓଡିଶା

odisha

ETV Bharat / city

ନିଶାସକ୍ତ ଯୁବତୀଙ୍କ ପାଇଁ ରାସ୍ତାଜାମ, କାବୁ କରିବାକୁ ନାକେଦମ ପୋଲିସ - ପୁରୀ ମଦ୍ୟପ ଯୁବତୀ ଖବର

ନିଶାସକ୍ତ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ପରେ ରାସ୍ତାରେ ଅସମ୍ଭାଳ ଭିଡ । ଯାହାକୁ ଦେଖିଲେ ତାକୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରୁଥିଲେ ଯୁବତୀ ଜଣକ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ମଦ୍ୟପ ଯୁବତୀଙ୍କ ଉନ୍ମତକାଣ୍ଡ,
ମଦ୍ୟପ ଯୁବତୀଙ୍କ ଉନ୍ମତକାଣ୍ଡ,

By

Published : Jan 12, 2022, 3:09 PM IST

ପୁରୀ:ରାସ୍ତା ଏକଦମ ଲୋକାରଣ୍ୟ । ଯିଏ ଯାଉଛି ଗାଡି ଅଟକାଇ ଚାହୁଁଛି । ମୋବାଇଲରେ ଘଟଣାର ଭିଡିଓ ଉତ୍ତୋଳନ କରୁଛନ୍ତି । ପୋଲିସ ଲୋକs ସମସ୍ତେ ଏକାଠି । ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ପୁରୀ ଜିଲ୍ଲା ଲେନରେ । ଜଣେ ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ପରେ ଏପରି ସ୍ଥିତି ଉପୁଜିଥିଲା । ରାସ୍ତା ଉପରେ ଯାହାକୁ ଦେଖିଲେ ତାକୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରୁଥିଲେ ଯୁବତୀ ଜଣକ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ନିଶାସକ୍ତ ଯୁବତୀଙ୍କ ପାଇଁ ରାସ୍ତାଜାମ, କାବୁ କରିବାକୁ ନାକେଦମ ପୋଲିସ

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଜଣେ ଯୁବତୀ ବଡ଼ଶଙ୍ଖ ଠାରେ ଛିଡା ହୋଇଥିବା ବେଳେ ଯାହାକୁ ଦେଖିଲେ ତାକୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଲୋକ କଣ ପାଇଁ ଏମିତି ଗାଳିଗୁଲଜ କରୁଛ ବୋଲି ଯୁବତୀ ଜଣଙ୍କୁ ପଚାରିବାରୁ ସେମାନଙ୍କୁ ମଧ୍ୟ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚିଥିଲା । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯୁବପିଢି ଏବେ କିଭଳି ନିଶାଗ୍ରସ୍ତ ତାହାର ଏକ ଛବି ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମଦକୁ ଆମ ସମାଜରେ କୁଦୃଷ୍ଟିରେ ଦେଖାଯାଉଥିବାବେଳେ ଏବେ ଯୁବତୀମାନେ ବି ମଦ ପିଇ ରାସ୍ତାରେ ଖୁଲମଖୁଲା ହଙ୍ଗାମା କରୁଛନ୍ତି। ସାମାଜିକ ଅଧପତନକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଅଭିଭାବକମାନେ ପିଲାମାନଙ୍କୁ ଅତ୍ୟଧିକ କୋହଳ ନ କରି ଭୁଲ ଦିଗରେ ନ ଯିବାକୁ ସଚେତନ କରିବାର ଆବଶ୍ୟକତା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details