ଓଡିଶା

odisha

ETV Bharat / city

19ରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ: ପୁରୀ ହେଲିପ୍ୟାଡ଼ରେ ବାୟୁସେନାର କଡା ମକ୍‌ଡ୍ରିଲ୍ - ରାଷ୍ଟ୍ରପତିଙ୍କ ଗସ୍ତ କୁ ନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି

ଆସନ୍ତା ୧୯ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଆଜି(ଗୁରୁବାର) ପୁରୀ ହେଲିପ୍ୟାଡରେ ପହଞ୍ଚି ମକଡ୍ରିଲ କରିଛି । ଅଧିକ ପଢନ୍ତୁ

19ରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ: ପୁରୀ ହେଲିପ୍ୟାଡ଼ରେ ବାୟୁସେନାର କଡା ମକ୍‌ଡ୍ରିଲ୍
19ରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ: ପୁରୀ ହେଲିପ୍ୟାଡ଼ରେ ବାୟୁସେନାର କଡା ମକ୍‌ଡ୍ରିଲ୍

By

Published : Feb 17, 2022, 6:19 PM IST

ପୁରୀ : ଆସନ୍ତା ୧୯ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିଦିନ ଅପରାହ୍ନ ୨.୪୫ ରେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡ଼ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସନ୍ଧ୍ୟା ୫ ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ ରେ ଫେରିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

19ରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ: ପୁରୀ ହେଲିପ୍ୟାଡ଼ରେ ବାୟୁସେନାର କଡା ମକ୍‌ଡ୍ରିଲ୍

ହେଲେ ରାଷ୍ଟ୍ରପତିଙ୍କ ରହଣି ସ୍ଥଳରେ ପରିବର୍ତ୍ତନ କରାଯାଇଛି। ରାଜଭବନ ପରିବର୍ତ୍ତେ ଏକ ଘରୋଇ ହୋଟେଲରେ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁସାରେ ରାଜଭବନ ଠାରେ ଆବଶ୍ୟକୀୟ ବ୍ୟବସ୍ଥା ଓ ବ୍ଲୁ ବୁକ ସୁରକ୍ଷା ଦୃଷ୍ଟିକୋଣରୁ ଏକ ଘରୋଇ ହୋଟେଲରେ ରାଷ୍ଟ୍ରପତି ଅବସ୍ଥାନ କରିବେ । ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ମିଳିଥିବା ଜିଲ୍ଲାପାଳ କହିଛନ୍ତି।

ଏହାବି ପଢନ୍ତୁ :Bappi Lahiri Funeral: ପଞ୍ଚଭୂତରେ ଲୀନ ହେଲେ ଡିସ୍କୋ କିଙ୍ଗ, ପୁଅ ଦେଲା ମୁଖାଗ୍ନି

ସେପଟେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଆଜି(ଗୁରୁବାର) ପୁରୀ ହେଲିପ୍ୟାଡରେ ପହଞ୍ଚି ମକଡ୍ରିଲ କରିଛି। ବାୟୁସେନାର ୬ ଜଣିଆ ସଦସ୍ୟ ହେଲିକପ୍ଟରରେ ପହଞ୍ଚି ସେମାନଙ୍କ ରେଡ଼ିଓ ଫ୍ରିକ୍ୟେନ୍ସି ଟେଷ୍ଟିଂ କରିବା ସହ ଲ୍ୟାଣ୍ଡିଙ୍ଗ ଉପରେ ବୈଷୟିକ ପରୀକ୍ଷଣ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details