ଓଡିଶା

odisha

ETV Bharat / city

ରଥଯାତ୍ରା ପାଇଁ ପୁରୀକୁ ରେଳ ସେବା ବନ୍ଦ

କୋଭିଡ-19 ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ରେଳ ବିଭାଗ ପକ୍ଷରୁ ପଦକ୍ଷେପ । ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

Rath yatra, 26 special trains to puri, Trains to puri will run upto khordha, covid, କୋଭିଡ-19 ସଂକ୍ରମଣ, ପୁରୀକୁ ରେଳ ସେବା ବନ୍ଦ, ରଥଯାତ୍ରା ପାଇଁ ଟ୍ରେନ ସେବାରେ ପ୍ରତିବନ୍ଧକ, ପୁରୀକୁ ଗଡ଼ିବନି ଟ୍ରେନ
ରଥଯାତ୍ରା ପାଇଁ ପୁରୀକୁ ରେଳ ସେବା ବନ୍ଦ

By

Published : Jun 19, 2021, 8:24 PM IST

ଭୁବନେଶ୍ବର: ରଥଯାତ୍ରା ପାଇଁ ଟ୍ରେନ ସେବାରେ ପ୍ରତିବନ୍ଧକ, ପୁରୀକୁ ଗଡ଼ିବନି ଟ୍ରେନ । କୋଭିଡ଼-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। 26 ଟି ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବା ନେଇ ସୂଚନା ମିଳିଛି।

ରଥଯାତ୍ରା ପାଇଁ ପୁରୀକୁ ରେଳ ସେବା ବନ୍ଦ

ଜୁଲାଇ ମାସରେ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଥିବାରୁ ଟ୍ରେନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। 21 ଟି ଦୂରଗାମୀ ସ୍ବତନ୍ତ୍ର ଟ୍ରେନ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। 5 ଟି ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ।

ଦୈନନ୍ଦିନ ଚଳାଚଳ କରୁଥିବା ପାଞ୍ଚଟି ଏବଂ ଦ୍ବି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ ଏଥିରେ ଅନ୍ତର୍ଭୂକ୍ତ । ରଥଯାତ୍ରା ସମୟରେ କୋଭିଡ ସଂକ୍ରମଣ ଆଶଙ୍କାରେ ନିଆଯାଇଛି ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ସହ ସମନ୍ବୟ ମାଧ୍ୟମରେ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details