ଓଡିଶା

odisha

ETV Bharat / city

ପୁଣି ଇସ୍କନର ମନମାନି, ଆମେରିକାରେ ଅଦିନିଆ ରଥଯାତ୍ରା - iskcon hosted ratha yatra in october

ଆମେରିକାରେ ପୁଣି ଜଗନ୍ନାଥଙ୍କ ରଥଯାତ୍ରା । ଅଦିନିଆ ରଥଯାତ୍ରାକୁ ନେଇ ବାରମ୍ବାର ବିବାଦ ଦେଖାଦେଇଥିବା ସତ୍ତ୍ବେ ଇସ୍କନ ପକ୍ଷରୁ ପୁଣି ଥରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଯାହାକୁ କଡା ନିନ୍ଦା କରିଛନ୍ତି ଗଜପତି ମହାରାଜ ଓ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ଆମେରିକାରେ ଅଦିନିଆ ରଥଯାତ୍ରା
ଆମେରିକାରେ ଅଦିନିଆ ରଥଯାତ୍ରା

By

Published : Oct 16, 2020, 8:19 AM IST

Updated : Oct 16, 2020, 7:45 PM IST

ପୁରୀ: ପୁଣି ଇସ୍କନ ପକ୍ଷରୁ ଆମେରିକାରେ ରଥଯାତ୍ରା । ଅଦିନିଆ ରଥଯାତ୍ରା ପାଳନ କରୁଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଚଳିତ ମାସ 10 ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋର ଠାରେ ରଥଯାତ୍ରା କରାଯାଇଥିବା ସ୍ଥାନୀୟ ଇସ୍କନ ସଙ୍ଗଠନର ଏକ ଭିଡିଓ ପୋଷ୍ଟରୁ ଜଣାପଡିଛି । ଫେସବୁକରେ ଏହି ଭିଡିଓ ଇସ୍କନ ବାଲ୍ଟିମୋର ଫେସବୁକ ଆଇଡିରେ ଏହାକୁ ସେୟାର କରାଯାଇଛି ।

ଆମେରିକାରେ ଇସ୍କନ ପକ୍ଷରୁ ପୁଣି ଅଦିନିଆ ରଥଯାତ୍ରା

ଏହି ଭିଡିଓରେ ଏକ ଦାମୀ କାରରେ ଦାରୁବ୍ରହ୍ମଙ୍କୁ ବସାଇ ଇସ୍କନ ଧର୍ମାବଲମ୍ବୀମାନେ ରଥଯାତ୍ରା ପାଳନ କରୁଥିବା ଦେଖାଯାଇଛି । ବହୁ ସଂଖ୍ୟାରେ ଭାରତୀୟ ଓ ଆମେରିକୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର ଆଗରେ ଭାରତୀୟ ଜାତୀୟ ପତାକା ମଧ୍ୟ ଉଡୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଖିବା ପରେ ସାଧାରଣରେ ଆଲୋଚନାର ବିଷୟ ପାଲିଟିଛି।

ଅଦିନିରେ ରଥଯାତ୍ରା ପାଳନ ନେବ ବାରମ୍ବାର ବୁଦ୍ଧିଜୀବୀ ମହଲରେ ବିରୋଧ କରାଯାଉଛି। ଖୋଦ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏଭଳି ରଥଯାତ୍ରା ନ କରିବାକୁ ପରାମର୍ଶ ଜାରି କରିଛି। ହେଲେ ବିଦେଶରେ ଏହା ବନ୍ଦ ହେବା ନା ଧରୁନି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 16, 2020, 7:45 PM IST

ABOUT THE AUTHOR

...view details