ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ଗର୍ଭଗୃହରେ ଦରକାର ନାହିଁ AC: ସେବାୟତ - ଗର୍ଭଗୃହ ବିପଦରେ

ଝାଳଉଛି ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷାକୁ ନେଇ ଚିନ୍ତାରେ ସେବାୟତ । ଜାଣନ୍ତୁ କାହିଁକି ?

ଶ୍ରୀମନ୍ଦିର ଗର୍ଭଗୃହରେ ଦରକାର ନାହିଁ AC: ସେବାୟତ

By

Published : Oct 18, 2019, 6:16 PM IST

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଭିତର କାଠ ଉପରେ ଲାଗିଥିବା ଏସିକୁ ନେଇ ଏବେ ବାଦ ବିବାଦ ଜୋର ଧରିବାରେ ଲାଗିଛି । ଯେଉଁଠି ଏସି ଲଗାଯାଇଛି ତାହା ସଠିକ ସ୍ଥାନ ନୁହେଁ ବୋଲି ସେବାୟତ ଅଭିଯୋଗ ଆଣିଛନ୍ତି ।

ଶ୍ରୀମନ୍ଦିର ଗର୍ଭଗୃହରେ ଦରକାର ନାହିଁ AC: ସେବାୟତ

ଏସି ପବନ ସିଧା ଚତୁର୍ଦ୍ଧାମୂରତିଙ୍କ ଶ୍ରାଅଙ୍ଗରେ ବାଜିବା ସହ ଗର୍ଭଗୃହ କାନ୍ଥ ଝାଳେଇ ଦୁର୍ବଳ ହେବାରେ ଲାଗିଛି । ଏମିତିକି ଶ୍ରୀଅଙ୍ଗରେ ପାଣି ଛିଟିକା ପଡୁଥିବା ମଧ୍ୟ ସେବାୟତ କହିଛନ୍ତି ।

ଗର୍ଭଗୃହରେ ଏସି ନ ଲଗାଇବାକୁ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବାରଣ କରୁଥିଲେ ମଧ୍ୟ ଭକ୍ତଙ୍କ ସୁବିଧା ପାଇଁ ଲଗା ଯାଇଥିଲା। ଗର୍ଭଗୃହ ରେ ଭକ୍ତ ମାନେ ଅଣନିଶ୍ବାସୀ ହୋଇ ପଡୁଥିବାରୁ 2016 ଏସି ଲାଗିଥିଲା । ଭକ୍ତଙ୍କ ପାଇଁ କରାଯାଇଥିବା ସୁବିଧା ଏବେ ମହାପ୍ରଭୁଙ୍କ ପାଇଁ ବିପଦର କାରଣ ବୋଲି କହିଛନ୍ତି ଦଇତାପତି ସେବକ ରାମଦାସ ମହାପାତ୍ର ।

ପ୍ରକାଶ ଥାଉ କି ମହାପ୍ରଭୁଙ୍କ ଦେହରେ ଶୀତଳ ପବନ ବାଜୁଥିବାରୁ ଗୁପ୍ତ ନୀତିରେ ସମସ୍ୟା ଦେଖାଦେଇଛି । ମହାପ୍ରଭୁଙ୍କ ବନକ ଲାଗିରେ ମଧ୍ୟ ସମସ୍ୟା ଉପୁଜିଛି । ତେବେ ଏହାର ତୁରନ୍ତ ସମାଧାନ କରାଯାଉ ବୋଲି ସେବାୟତମାନେ ଦାବି କରିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details