ଓଡିଶା

odisha

By

Published : Aug 2, 2021, 11:00 PM IST

ETV Bharat / city

ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ସରକାରଙ୍କୁ ଆପର ସମାଲୋଚନା

ସୁଜଳ ଯୋଜନା drink from tap ବିରୋଧରେ ସରକାରଙ୍କୁ ଘେରିଛି ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ...

ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ସରକାରଙ୍କୁ ଆପର ସମାଲୋଚନା
ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ସରକାରଙ୍କୁ ଆପର ସମାଲୋଚନା

ପୁରୀ: ଦେଶରେ ପୁରୀ ସହରରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା drink from tap ଯୋଜନାରେ ସାମିଲ ହୋଇଛି । ସହରର ୨.୫ଲକ୍ଷ୍ ଲୋକେ ଓ ବାର୍ଷିକ ୨କୋଟି ପର୍ଯ୍ୟଟକ ଏହା ଦ୍ୱାରା ଉପକୃତ ହେବେ । ପ୍ରତିଟି ଘରେ ଲୋକେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ତେବେ ଏହି ଯୋଜନା ନେଇ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି ।

ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ସରକାରଙ୍କୁ ଆପର ସମାଲୋଚନା

ସୁଜଳ ଯୋଜନା ପୂର୍ବରୁ ଥିଲା । ଦିଲ୍ଲୀ ସରକାର ପ୍ରତି ପରିବାରକୁ ମାସିକ ୨୦ହଜାର ଲିଟର ପାଣି ମାଗଣାରେ ଯୋଗାଉଛନ୍ତି । କିନ୍ତୁ ପୁରୀରେ ଘରେ ଘରେ ପ୍ରଶାସନ ମନମାନୀରେ ଲାଗିଛି ୱାଟର ମିଟର । କିଛି ଅଞ୍ଚଳରେ ୫୦୦ରୁ ୭୦୦ ବିଲ୍ ଆସିଲାଣି । ସୁଜଳ ଯୋଜନା ୱେବସାଇଟରେ ଜଣକୁ ପ୍ରତିଦିନ ୪୦ଲିଟର ପାଣି ମାଗଣାରେ ଯୋଗାଇଦେବାକୁ ଉଲ୍ଲେଖ ରହିଛି ।

ଏଭଳି ସ୍ଥଳେ drink from tap ଯୋଜନା ନାଁରେ ବିଲ ଆଦାୟକୁ ବିରୋଧ କରିଛି ଆମ ଆଦମୀ ପାର୍ଟି। ସେହିପରି ବିଶୁଦ୍ଧ ପାନୀୟ ଜଳର ମାନ ଓ ଗୁଣବତ୍ତା ଯାଞ୍ଚ ପାଇଁ ମଧ୍ୟ ବ୍ୟବସ୍ଥା ହୋଇନାହିଁ । ଘର ଦୁଆର ମୁହଁରେ ଲାଗିଥିବା ଟ୍ୟାପରୁ ପାନୀୟ ଜଳର ମାନ ପରୀକ୍ଷା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି । ବିଲ ଆଦାୟ ନକରି ପ୍ରତି ପରିବାରକୁ ମାସିକ ସର୍ବନିମ୍ନ ୨୦ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ମାଗଣାରେ ଯୋଗାଇବାକୁ ଦଳ ଦାବି କରିଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details