ଓଡିଶା

odisha

ETV Bharat / city

୭୫ତମ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ - ସ୍ବାଧିନତା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ବୈଠକ

ଲ୍ଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ...

୭୫ତମ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ
୭୫ତମ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ

By

Published : Aug 9, 2021, 11:02 PM IST

ପୁରୀ: ଜିଲ୍ଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଚଳିତବର୍ଷ ଜିଲ୍ଲସ୍ତରୀୟ ସ୍ବାଧୀନତା ଦିବସ କୋରୋନା କଟକଣାର ନିରାଡ଼ମ୍ବର ଭାବରେ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପଡ଼ିଆରେ ଆୟୋଜନ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟା ୫ମିନିଟ ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡ ଅଭିବାଦନ ଗ୍ରହଣ କରିବେ । କେବଳ ପୋଲିସ ବାହିନୀ ପକ୍ଷରୁ ପରେଡ ହେବ ଓ ଅନ୍ୟ କୌଣସି ଦଳକୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ । କୋରୋନା କଟକଣା ମଧ୍ୟରେ ସୀମିତ ବ୍ୟକ୍ତି ବିଶେଷଙ୍କୁ ସ୍ବାଧିନତା ଦିବସର ଉତ୍ସବକୁ ଆମନ୍ତ୍ରିତ କରାଯିବ ।

ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପଡ଼ିଆରେ ବାହାର ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସ୍ବାଧୀନତା ଦିବସ ସକାଳ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯିବ । ପୌରସଂସ୍ଥା ପକ୍ଷରୁ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପ୍ୟଣ କରାଯିବ । ଉକ୍ତ ଦିନ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମରେ ମିଠା ବଣ୍ଟା ଯିବ ।

ମୁଖ୍ୟ ଡାକ୍ତରଖାନରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିରର ଉଦଘାଟନ କରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ରାୟ, ରିଜର୍ଭ ଇନିସପେକ୍ଟର ଶ୍ରୀ ଟୁନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀ ରୁ ଶକ୍ତି ପ୍ରସାଦ ବଂକଦଫାConclusion:

ABOUT THE AUTHOR

...view details