ଓଡିଶା

odisha

ପୁରୀ ହେରିଟେଜ ରାଇଡରେ ସାମିଲ ହେଲେ ଆମେରିକୀୟ ବାଣିଜ୍ୟିକ ଦୂତାବାସ

ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ । ପୁରୀରେ ଅନୁଷ୍ଠିତ ହୋଇଥିବା ହେରିଟେଜ ରାଇଡରେ ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Nov 17, 2021, 8:34 AM IST

Published : Nov 17, 2021, 8:34 AM IST

ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ
ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ

ପୁରୀ:ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ । ପୁରୀରେ ଅନୁଷ୍ଠିତ ହୋଇଥିବା ହେରିଟେଜ ରାଇଡରେ ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ଯୋଗ ଦେଇଛନ୍ତି । ବାଣିଜ୍ୟିକ ରାଷ୍ଟ୍ରଦୂତ କନସଲ ଜେନେରାଲ ଜୋଏଲ ରିଫମ୍ୟାନଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ମଣ୍ତଳୀ ହେରିଟେଜ ରାଇଡରେ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲିଛନ୍ତି ।

ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସ

ପ୍ରଥମେ ତୋଟା ଗୋପିନାଥ, ଜମ୍ବେଶ୍ବର ମନ୍ଦିର, ହରଚଣ୍ତି ସାହିସ୍ଥିତ ଭାରତ ଯୋଗ କେନ୍ଦ୍ର ବୁଲି ଦେଖିଥିଲେ । ସେଠାରେ ରମାବଲ୍ଲଭ ମହାପାତ୍ର ଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଜଗନ୍ନାଥ ମନ୍ଦିର ବେଢା ପରିକ୍ରମା, ଶ୍ବେତଗଙ୍ଗା ପୁଷ୍କରିଣୀ ବୁଲି ଦେଖିବା ସହ ଜିୟରସ୍ବାମୀ ମଠରେ ବେଦପାଠ ଶୁଣିଥିଲେ । ମଣିକର୍ଣ୍ଣିକା ସାହି ଓ ହରଚଣ୍ତି ସାହି ମଧ୍ୟଦେଇ ଯିବା ବେଳେ ପ୍ରାଚୀନ ପରମ୍ପରା ଓ ପୁରାତନ ନିର୍ମାଣ ଶୈଳୀ ଦେଖି ସେମାନେ ସେସବୁର ପ୍ରଶଂସା କରିଥିଲେ । ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ପ୍ରାୟ ୧୫୦ ତଳର ଯାତ୍ରୀ ଖାତା ଦେଖାଇ ତୀର୍ଥଯାତ୍ରା ସମ୍ବନ୍ଧରେ ସେମାନଙ୍କୁ ଅବଗତ କରା ଯାଇଥିଲେ । ପରେ ଏହି ପ୍ରତିନିଧି ମଣ୍ଡଳୀ ସମୁଦ୍ର ବେଳାଭୂମି ଯାଇଥିଲେ । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଜଳବାୟୁ ପରିବର୍ତ୍ତନ ନେଇ ହୋଇଥିଲା ବାଲୁକା ଚିତ୍ରକଳା ଦେଖି ଥିଲେ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଇକୋ ଟ୍ୟୁରିଜିମ ଫାଉଣ୍ଡେସନ ପ୍ରତିଷ୍ଠାତା ଯୁଗବ୍ରତ କର, ନଟବର ସାହୁ, ବେୟାରଫୁଟର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details