ଓଡିଶା

odisha

ETV Bharat / city

ନୃତ୍ୟ ଶିଳ୍ପୀଙ୍କ କୋରୋନା ସଚେତନତା ଉଦ୍ୟମ - corona update

ନିଆରା ଢଙ୍ଗରେ କୋରୋନା ସତର୍କତା । ବାଇକରେ ତ୍ରିରଙ୍ଗା ଲଗାଇ ପ୍ରଚାର କରି ଗାଁ ଗାଁ ବୁଲି ସଚେତନ କରୁଛନ୍ତି ନୃତ୍ୟୁ ଶିଳ୍ପୀ । ଅଧିକ ପଢନ୍ତୁ...

ନୃତ୍ୟ ଶିଳ୍ପୀଙ୍କ କୋରୋନା ସଚେତନତା ଉଦ୍ୟମ
ନୃତ୍ୟ ଶିଳ୍ପୀଙ୍କ କୋରୋନା ସଚେତନତା ଉଦ୍ୟମ

By

Published : Apr 3, 2020, 2:27 PM IST

ପୁରୀ: ମହାମାରୀ କୋରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ । ଆମ ଦେଶରେ ଏହା ଯେଭଳି ନ ବ୍ୟାପିବ ସେ ନେଇ ଲକଡାଉନ ଚାଲିଛି । ଘରେ ରହିବାକୁ କୁହାଯିବା ସହ ବାରମ୍ବାର ସାବୁନରେ ହାତ ଧୋଇବା ସହ ପରିଷ୍କାର ପରିଚ୍ଛନ ରହିବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ତେବେ କିଛି ଲୋକ କିନ୍ତୁ ଏହାକୁ ନ ମାନି ବାହାରେ ବୁଲୁଛନ୍ତି । ଏହି ଅମାନିଆ ଲୋକଙ୍କୁ ସଚେତନ କରାଇବା ପାଇଁ ପୁରୀର ନୃତ୍ୟଶିଳ୍ପୀ ନାରାୟଣ ପାଣ୍ଡେ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି ।

ନୃତ୍ୟ ଶିଳ୍ପୀଙ୍କ କୋରୋନା ସଚେତନତା ଉଦ୍ୟମ

ଏକ ବାଇକରେ ଜାତୀୟ ପତାକା ତ୍ରିରଙ୍ଗା ଓ ସାଉଣ୍ଡ ବକ୍ସ ଲଗାଇ ପୁରୀ ସହରରେ ବିଭିନ୍ନ ଜାଗାରେ ଛିଡା ହୋଇ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଉଛନ୍ତି । ଲକଡାଉନରେ ଘରେ ରହିବା ସହ ବୃଦ୍ଧ ଓ ପିଲାଙ୍କୁ ଯତ୍ନ ନେବାକୁ ପ୍ରଚାର କରୁଛନ୍ତି । ଏହାସହ ବାରମ୍ବାର ସାବୁନରେ ହାତ ଧୋଇବାକୁ ମଧ୍ୟ ପ୍ରଚାର କରୁଛନ୍ତି । ପ୍ରଚଣ୍ଡ ଖରାକୁ ଖାତିର ନକରି ଲୋକଙ୍କୁ ସଚେତନ କରାଉଛନ୍ତି । ଲକ୍ଷ୍ୟ ରହିଛି ପୁରୀ ଜିଲ୍ଲା ସାରା ବୁଲି ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ କରାଇବା ।

ଲୋକଙ୍କ ସହଯୋଗ ସରକାରଙ୍କ ପ୍ରତି ରହିଲେ କରୋନା ନେଇ ସରକାର ସଫଳତା ପାଇବେ ଓ ଦେଶବାସୀ ସୁରକ୍ଷିତ ରହିବେ ବୋଲି ନାରାୟଣ କହିଛନ୍ତି । ବାହାରେ ବୁଲିବା ଏବେ ବିପଦ ଥିଲେ ମଧ୍ୟ ତାକୁ ଖାତିର ନ କରି ପ୍ରବଳ ଖରା ଗରମରେ ବୁଲି ପୁରୀ ସହରରେ ଲୋକଙ୍କୁ ଲକ ଡାଉନକୁ ମାନିବା ଓ କୋରୋନା ନେଇ ସରକାରଙ୍କ ଗାଇଡ଼ ଲାଇନ ପ୍ରଚାର କରୁଛନ୍ତି ।

ଏଥିରେ ତାଙ୍କର ପରିବାର ଲୋକ, ସାଙ୍ଗ, ବନ୍ଧୁ ସମସ୍ତେ ସହଯୋଗ କରୁଛନ୍ତି । ମହାପ୍ରଭୁଙ୍କ ଘୋଷ ଯାତ୍ରାରେ ବିଭିନ୍ନ ନୃତ୍ୟ ପରିବେଷଣ କରନ୍ତି ନାରାୟଣ ପାଣ୍ଡେ । ପେସାରେ ଜଣେ ନୃତ୍ୟ ଶିଳ୍ପୀ । ସବୁବେଳେ ସେ ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମକୁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇଥାନ୍ତି । ଏହି କାର୍ଯ୍ୟ କରି ସେ ବହୁତ ଆନନ୍ଦ ପାଆନ୍ତି ବୋଲି କୁହନ୍ତି । ମାନବ ସେବା ହିଁ ମାଧବ ସେବା। ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି କାର୍ଯ୍ୟ ସେ କରୁଛନ୍ତି । ନିଶ୍ଚିତ କୋରୋନା ନେଇ ଦେଶ ଏକ ବିରାଟ ବିପଦରୁ ମୁକ୍ତ ହେବ ବୋଲି ସେ ମହାପ୍ରଭୁଙ୍କ ନିକଟରେ ବିଶ୍ୱାସ ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details