ପୁରୀ: ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 86 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ କୋରୋନା ସଂକ୍ରମିତଙ୍କ ସଂଖା 2677ରେ ପହଞ୍ଚିଛି। ସେହିପରି ସୋମବାର ପର୍ଯ୍ୟନ୍ତ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜିଲ୍ଲାରେ ମୋଟ 1028ଟି ଆକ୍ଟିଭ କେସ ରହିଥିବା ବେଳେ 1636 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ 51,704ଟି ସାମ୍ପୁଲ ପରୀକ୍ଷା କରାଯାଇଛି।
ପୁରୀରେ 86 ନୂଆ କୋରୋନା ଆକ୍ରାନ୍ତ - 24 ଘଣ୍ଟା ମଧ୍ୟରେ 86 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
ପୁରୀ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 86 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ କୋରୋନା ସଂକ୍ରମିତଙ୍କ ସଂଖା 2677ରେ ପହଞ୍ଚିଛି। ସେହିପରି ସୋମବାର ପର୍ଯ୍ୟନ୍ତ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
ପୁରୀରେ 86 ନୂଆ କୋରୋନା ଆକ୍ରାନ୍ତ
ଅନ୍ୟପଟେ ପୁରୀ ପୌରାଞ୍ଚଳରେ କୋରୋନା ସଂକ୍ରମିତଙ୍କ ସଂଖା 939ରେ ପହଞ୍ଚିଥିବା ବେଳେ 417ଟି ଆକ୍ଟିଭ କେସ, 521 ଜଣଙ୍କୁ ଡିସଚାର୍ଜ କରାଯାଇଛି । ତେବେ ପୁରୀ ସହରରେ ଜିଲ୍ଲାର ସର୍ବାଧିକ ସଂକ୍ରମିତଙ୍କ ସଂଖା ଥିବା ବେଳେ କୋଭିଡରୁ ରକ୍ଷା ପାଇବା ନେଇ ସଚେତନ ହେବାର ଆବଶ୍ୟକତା ରହିଛି। ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇଡିଏଚ ହସ୍ପିଟାଲରେ 100 ବେଡ଼ ବିଶିଷ୍ଟ ଆଇସିୟୁ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ କରାଯାଇଛି । ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଶାସନର ଆଶା ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ