ଓଡିଶା

odisha

ETV Bharat / city

ମାଟ୍ରିକ ରେଜଲ୍ଟ: ପୁରୀରେ ପାସହାର 86.82%, ସଫଳତା ବଖାଣିଲେ ଛାତ୍ରଛାତ୍ରୀ - ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପଳ

ପୁରୀ ଜିଲ୍ଲାରେ ମୋଟ 20 ହଜାର 672 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ A1 ଗ୍ରେଡରେ 98 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଜିଲ୍ଲାର ପାସ ହାର 86.82 ପ୍ରତିଶତ । ଅଧିକ ପଢନ୍ତୁ...

ମାଟ୍ରିକ ରେଜଲ୍ଟ: ପୁରୀରେ ପାସହାର 86.82%, ସଫଳତା ବଖାଣିଲେ ଛାତ୍ରଛାତ୍ରୀ
ମାଟ୍ରିକ ରେଜଲ୍ଟ: ପୁରୀରେ ପାସହାର 86.82%, ସଫଳତା ବଖାଣିଲେ ଛାତ୍ରଛାତ୍ରୀ

By

Published : Jul 29, 2020, 5:25 PM IST

ପୁରୀ: ରାଜ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପୁରୀ ଜିଲ୍ଲାର ପାସ ହାର 86.82 ପ୍ରତିଶତ ରହିଥିବା ବେଳେ ବେଶ ସଫଳତା ହାସଲ କରିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାରେ ମୋଟ 20 ହଜାର 672 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ମାଟ୍ରିକ ରେଜଲ୍ଟ: ପୁରୀରେ ପାସହାର 86.82%, ସଫଳତା ବଖାଣିଲେ ଛାତ୍ରଛାତ୍ରୀ

ପୁରୀ ଜିଲ୍ଲାରେ ମୋଟ 20 ହଜାର 672 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ A1 ଗ୍ରେଡରେ 98 ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିମଧ୍ୟରୁ ପୁରୀର ଘୋଡ଼ା ବଜାର ସରସ୍ବତୀ ଶିଶୁ ମନ୍ଦିରର 14 ଜଣ ଛାତ୍ରଛାତ୍ରୀ A1 ଗ୍ରେଡ ପାଇଥିବାବେଳେ 577 ନମ୍ବର ରଖି ଆୟୁଷ୍ମାନ ନନ୍ଦ ଉଲେଖନୀୟ ସଫଳତା ହାସଲ କରିଛନ୍ତି ।

ଆୟୁଷ୍ମାନଙ୍କ ଏହି ସଫଳତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଗୌରବାନ୍ବିତ ହୋଇଛନ୍ତି । ତେବେ ଆୟୁଷ୍ମାନ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details