ପୁରୀ: ଜିଲ୍ଲାରେ ଦିନକୁ ଦିନ ବେଆଇନ ନିଶା କାରବାର ବଢିବାରେ ଲାଗିଛି। ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ଏନେଇ ବିଭିନ୍ନ ସମୟରେ ଚଢାଉ ଜାରି ରହିଛି। ଚନ୍ଦନପୁର ଅଞ୍ଚଳରେ ବେଆଇନ ଭାଙ୍ଗ ବ୍ୟବସାୟ କରାଯାଉଥିବା ନେଇ ଖବର ପାଇବା ପରେ ସଦାଶିବ ସାହୁଙ୍କ ଘରେ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢାଉ ବେଳେ 80 କେଜି ଭାଙ୍ଗ ଜବତ ହୋଇଛି।
ପୁରୀରୁ 80 କେଜି ଭାଙ୍ଗ ଜବତ, ଜଣେ ଗିରଫ - ପୁରୀରୁ 80 କେଜି ଭାଙ୍ଗ ଜବତ
ପୁରୀରେ ଦିନକୁ ଦିନ ବେଆଇନ ନିଶା କାରବାର ବଢିବାରେ ଲାଗିଛି । ଚନ୍ଦନପୁର ଅଞ୍ଚଳରେ ଆଜି ଚଢାଉ କରି 80 କେଜି ଭାଙ୍ଗ ଜବତ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...
ପୁରୀରୁ 80 କେଜି ଭାଙ୍ଗ ଜବତ
ଅନ୍ୟପଟେ ଅଭିଯୁକ୍ତ କେଉଁଠୁ ଏତେ ପରିମାଣ ଭାଙ୍ଗ ଆଣି ବ୍ୟବସାୟ କରୁଥିଲେ ଓ ଆଉ କାହାର ଏଥିରେ ହାତ ଅଛି ସେନେଇ ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଅନ୍ୟପଟେ ବେଆଇନ ନିଶା କାରବାର ଅଭିଯୋଗରେ ଅଭିଯୁକ୍ତ ସଦାଶିବ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ