ଓଡିଶା

odisha

ETV Bharat / city

ବିସ୍ଥାପିତଙ୍କୁ ବାସ ଚିନ୍ତା, ମତାମତ ନେବାକୁ ପୁରୀ ପହଞ୍ଚିଲା ସାମାଜିକ ସର୍ଭେ ଟିମ - ପୁରୀରେ ଆରମ୍ଭ ହେଲା ସାମାଜିକ ସର୍ଭେ

ପୁରୀରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ତେବେ ଏହି ସମୟରେ ଲୋକଙ୍କ କଣ ମତାମତ ରହିଛି ତାହାକୁ ନେଇ ଆରମ୍ଭ ହୋଇଛି ସାମାଜିକ ସର୍ଭେ। ଅଧିକ ଖବର ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 1, 2019, 1:09 AM IST

Updated : Oct 1, 2019, 4:09 AM IST

ପୁରୀ: ଚାଲିଛି ଶ୍ରୀମନ୍ଦିର ଚତୁଃପ୍ବାର୍ଶରେ ୭୫ ମିଟର ସୁରକ୍ଷା ବଳୟ ଉଛେଦ ପ୍ରକ୍ରିୟା । ଏହାକୁ ନେଇ ବିରୋଧ ଓ ଜନ ଆକ୍ରୋଶ ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ରହିଆସୁଥିବା ଲୋକେ ନିଜ ଭିଟ୍ଟାମାଟି ଛାଡିବାକୁ ଅଡି ବସିଛନ୍ତି । ତେବେ ଏହି ଉଛେଦ ପ୍ରକ୍ରିୟା ପାଇଁ ସୋମବାର ଆରମ୍ଭ ହୋଇଛି ସାମାଜିକ ପ୍ରଭାବ ସର୍ବେକ୍ଷଣ ।

ବିସ୍ଥାପିତଙ୍କୁ ବାସ ଚିନ୍ତା

ଏଥିରେ ସାମିଲ ହୋଇଛନ୍ତି ୫ଟି ଟିମ । ସେମାନେ ପ୍ରଥମେ ଶ୍ରୀମନ୍ଦିର ଉତ୍ତରଦ୍ବାର ପଟେ ଥିବା ଚୁଡଙ୍ଗ ସାହି ମୌଜାର ବାଣୁଆସାହିରୁ ସର୍ଭେ ଆରମ୍ଭ କରିଛନ୍ତି । ସେଥିରେ ୫ ଜଣ ପ୍ରୋବେସନାରୀ ଆଇଏଏସମାନଙ୍କ ନେତୃତ୍ବରେ ସର୍ଭେ ଆରମ୍ଭ ହୋଇଛି। ତେବେ ସାମାଜିକ ପ୍ରଭାବ ସର୍ବେକ୍ଷଣକୁ ନେଇ ଅଧିସୂଚନା ଜାରି ହୋଇଥିବା ବେଳେ ସେହି ଅନୁସାରେ ବିସ୍ଥାପିତଙ୍କ ସହ ଆଲୋଚନା କରାଯିବ। ଏକମାସ ଭିତରେ ସର୍ଭେ କରିବା ପରେ ଜନଶୁଣାଣୀ କରାଯାଇ ଲୋକଙ୍କୁ ଥଇଥାନ ନୀତି ୨୦୧୩ ଅନୁଯାୟୀ ସୁବିଧା କରାଯିବ ।

ରାଜ୍ୟ ସରକାର ଜମି ଅଧିଗ୍ରହଣ ଆଇନ ୨୦୧୩ର ଧାରା ୪ ଅନୁଯାୟୀ ପ୍ରଥମେ ସ୍ପେସିଆଲ ଇମ୍ପାକ୍ଟ ଆସେସମେଣ୍ଟ କରିବା ପରେ ଜନଶୁଣାଣୀ କରି ୧ ମାସ ଭିତରେ ସର୍ବେକ୍ଷଣ ସାରିବ। ତାପରେ ଗ୍ୟାଜେଟ ନୋଟିଫିକେସନ କରାଯିବ। ଏହାସହ ବିସ୍ଥାପିତମାନେ ମଧ୍ୟ ଆଗୁଆ ଆସି ପ୍ରଶାସନ ସହ ଆଲୋଚନା କରିଥିବାରୁ ଏହା ଉତ୍ତମ ସଙ୍କେତ ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ ସର୍ଭେକୁ ନେଇ ବିସ୍ଥାପିତ ଲୋକେ ସମ୍ମତି ପ୍ରକାଶ କରିଥିବା ବେଳେ କିଛି ମଧ୍ୟ ଆଜି ଏନେଇ ବିରୋଧ କରିଥିବା ସହ ସଠିକ ଭାବେ ଥଇଥାନ କରିବାକୁ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 1, 2019, 4:09 AM IST

ABOUT THE AUTHOR

...view details