ଓଡିଶା

odisha

ETV Bharat / city

ପୁରୀ ପୋଲିସକୁ ଦୁଇଟି ସଫଳତା, 6 ଡକାୟତଙ୍କ ସହ ନିଶା ବେପାରୀ ଗ୍ୟାଙ୍ଗ ମଧ୍ୟ ଗିରଫ

ଡକାୟତ ଗ୍ୟାଙ୍ଗକୁ ଧରିଲା ପୁରୀ ଜିଲ୍ଲା ବଳଙ୍ଗା ଥାନା ପୋଲିସ । ଅପରାଧ ପାଇଁ କରୁଥିଲେ ଯୋଜନା । ଅଧିକ ପଢନ୍ତୁ...

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ 6 ଡ଼କାୟତ ଗିରଫ
ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ 6 ଡ଼କାୟତ ଗିରଫ

By

Published : Apr 1, 2021, 5:04 PM IST

Updated : Apr 1, 2021, 8:25 PM IST

ପୁରୀ: ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଳଙ୍ଗା ଥାନା ପୋଲିସ । ଏହି ଡକାୟତ ଗ୍ୟାଙ୍ଗରେ 6 ଜଣ ଅପାରାଧୀଙ୍କୁ ଗିରଫ କରାଯାଇଛି।ଅପରାଧୀଙ୍କ ପାଖରୁ ବିଭିନ୍ନ ମାରାଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ପିପିଲୀ ଉପ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଟିମ ପକ୍ଷରୁ ପାଟ୍ରୋଲିଂ ଚାଲିଥିବାବେଳେ ଏମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ପୋଲିସ । ସ୍ତାନୀୟ ବାଙ୍କନାଥ ମନ୍ଦିରରୁ ଏମାନେ ସୁନା ଅଳଙ୍କାର ଲୁଟ ନେଇ ଯୋଜନା କରୁଥିଲେ । ତେବେ ଖବର ପାଇ ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିବା ବେଳେ ସେମାନେ ପୋଲିସ ଉପରକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ମୋଟ 8 ଜଣ ଅପରାଧୀ ଥିବାବେଳେ 6 ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଅନ୍ୟ ଦୁଇ 2 ଜଣ କୌଶଳ କ୍ରମେ ଖସି ପଳାଇବାରେ ସଫଳ ହୋଇଛନ୍ତି ।ଗିରଫ ଅଭିଯୁକ୍ତ ମାନେ ହେଲେ ରାମଚଣ୍ଡୀ ଅଞ୍ଚଳର ଦୀପକ ସାହୁ , କାକଟପୁରର ଏସ କେ ନାସିର , ପିପିଲିର ପ୍ରତାପ ବେହେରା , ସତ୍ୟ ରଞ୍ଜନ ଭୋଇ , ସନ୍ଦୀପ ପ୍ରଧାନ , ସତ୍ୟବାଦୀର ରଞ୍ଜନ ପ୍ରଧାନ । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ସେହିପରି ଅନ୍ୟ ଏକ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ପକ୍ଷରୁ ରେଡ଼ କରାଯାଇ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା 5 ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ 7 .10 ଗ୍ରାମର ବ୍ରାଉନ ସୁଗାର ସମେତ ଗୋଟିଏ ସ୍କୁଟି ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ନରେନ୍ଦ୍ର କୋଣର ରଞ୍ଜନ ନାୟକ , ମଙ୍ଗଳା ସାହିର ଲକ୍ଷ୍ମୀଧର ନାୟକ , ଗଡ଼ିଶା ଗୋଦା ଅଞ୍ଚଳର ପ୍ରତାପ ରଣସିଂ , ବାଲିକୁଦା ରାମଚଣ୍ଡି ସାହିର ଲୋକନାଥ ନନ୍ଦ, କୁମ୍ଭାର ପଡା ଭୋଇ ସାହିର ସଙ୍କର ଦାସ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମଧ୍ୟ ସୂଚନା ରହିଛି ।

ପିପିଲି ଉପନିର୍ବାଚନ କିଭଳି ଅପରାଧ ଓ ଭୟମୁକ୍ତ ହେବ ସେ ନେଇ ଅପରାଧିଙ୍କୁ ଧରିବା ପାଇଁ ସ୍ପେଶାଲ ଡ୍ରାଇଭ ଚାଲିଛି । ଏହି କ୍ରମରେ ଗୋଟିଏ ପରେ ଗୋଟିଏ ଅପରାଧୀ ଗ୍ଯାଙ୍ଗ ପୋଲିସ ହାତରେ ଧରା ପଡିବାରେ ଲାଗିଛନ୍ତି । ଏହି ଅପାରଧୀ ଦମନ ଅଭିଯାନ ଆହୁରି ବ୍ୟାପକ ହେବା ନେଇ ମଧ୍ୟ ପୁରୀ ଏସପି କେ ବିଶାଳ ସିଂ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 1, 2021, 8:25 PM IST

ABOUT THE AUTHOR

...view details