ଓଡିଶା

odisha

ETV Bharat / city

ପୁରୀରେ ପହଁଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ - ରଥଯାତ୍ରା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି (ବୁଧବାର) ପୁରୀରେ ପଞ୍ଚମ ପର୍ଯ୍ୟାୟ ରଥକାଠ ପହଞ୍ଚିଛି । ଅଧିକ ପଢନ୍ତୁ...

ପୁରୀରେ ପହଁଚିଲା 5ମ ପର୍ଯ୍ୟାୟ ରଥକାଠ
ପୁରୀରେ ପହଁଚିଲା 5ମ ପର୍ଯ୍ୟାୟ ରଥକାଠ

By

Published : Apr 28, 2021, 10:04 AM IST

ପୁରୀ: ଆଉ ଦିନ କେଇଟା ଗଲେ ହେବ ମହାପ୍ରଭୁଙ୍କ ରଥଯାତ୍ରା । ଏନେଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଛି ପଞ୍ଚମ ପର୍ଯ୍ୟାୟ ରଥକାଠ । ନୟାଗଡ ବନଖଣ୍ଡରୁ 12ଖଣ୍ଡ ଫାସୀ କାଠ ଗୋଟିଏ ଟ୍ରକରେ ଆସି ପହଞ୍ଚିଛି ।

ପୁରୀରେ ପହଁଞ୍ଚିଲା 5ମ ପର୍ଯ୍ୟାୟ ରଥକାଠ

ଗତକାଲି ବୌଦ୍ଧରୁ ଚତୁର୍ଥ ପର୍ଯ୍ୟାୟ 96 ଖଣ୍ତ ରଥକାଠ ଆସିଥିଲା । ଆଜି ପଞ୍ଚମ ପର୍ଯ୍ୟାୟ ରଥକାଠକୁ ମିଶାଇ ୧୮୭ଖଣ୍ଡ କାଠ ପହଞ୍ଚି ସାରିଲାଣି । ଫାସୀ କାଠରେ ତିନିରଥ ପାଇଁ ୪୨ଗୋଟି ଚକ ନିର୍ମାଣ କରାଯିବ । ରଥଯାତ୍ରା ପାଇଁ ମୋଟ 865 ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର 69 ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ବର୍ଷ ରଥଯାତ୍ରା ପାଇଁ 796 ଖଣ୍ଡ କାଠର ଆବଶ୍ୟକତା ରହିଛି ।

796 ଖଣ୍ଡରୁ ମୋଟ ୧୮୭ଖଣ୍ଡ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଥିବାବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ । ଖପୁରିଆ କରତକଳକୁ ୩୬୦ଖଣ୍ଡ କାଠ ପଠାଯାଇ ସାରିଛି । ସରସ୍ବତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ନେଇ ବିଧି ରହିଛି । ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତ କଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିିଭି ଭାରତ

ABOUT THE AUTHOR

...view details